ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ୭ଜଣ କରୋନା ଯୋଦ୍ଧାଙ୍କ ସମେତ ୩୪ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି। ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୬ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୫୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧା(ପୁଲିସ କର୍ମଚାରୀ) ବାଲି କହଁରଙ୍କର ମୃତ୍ୟୁକୁ ମିଶାଇ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ମୃତ୍ୟୁ ହାର ୦.୫୦ ପ୍ରତିଶତ ରେ ରହିଛି। ଆଉ ୪୨୨ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିଙ୍କ ୮.୪୩ ପ୍ରତିଶତ ସଂକ୍ରମିତ ମାନେ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୫ ଜଣ ଓ ଗ୍ରାମାଞ୍ଚଳରେ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଘୁ.ଉଦୟଗିରିର ବିଜ୍ଞାପିତ ଅଞ୍ଚଳରେ ୨ ଜଣ ଏବଂ ଗ୍ରାମାଞ୍ଚଳରେ ଜଣେ ଚିହ୍ନଟ ହୋଇଥିବାବେଳେ କ.ନୁଆଗାଁର ୨ ଜଣ, ଚକାପାଦରେ ୩, ଦାରିଙ୍ଗବାଡିର ଜଣେ, ଖଜୁରିପଡାରେ ୩ ଜଣ, ଫିରିଙ୍ଗିଆ ୫, ରାଇକିଆ ୪, ଟିକାବାଲିର ୩, ତୁମୁଡିବନ୍ଧ ଅଞ୍ଚଳରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି।
Popular Categories



