www.samajalive.in
Saturday, December 6, 2025
26.1 C
Bhubaneswar

ମନରେଗା ପାଉଣା ଦାବିରେ ପଦ୍ମପୁରରେ ଧାରଣା

ବରଗଡ଼ ଜିଲା ପଦ୍ମପୁର ଉପଖଣ୍ତ ଟେମେରୀ ଗ୍ରାମର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ମାତ୍ରାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ହିତାଧିକାରୀମାନେ କାମ କରି ପ୍ରାପ୍ୟ ପାଇ ନାହାନ୍ତି । କେତେକ ଅସାଧୁ କର୍ମଚାରୀ ଶ୍ରମିକଙ୍କ ମେହନତକୁ ହଡପ କରିଥିବା ସନ୍ଦେହ କରି ଟେମରୀ ଗ୍ରାମ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା ଭଗବାନ ବଛା,ସରଦିପ ସୁନା,ଭଗବାନ ମହାନନ୍ଦ,ଜପ ବାଗ,ହେମନ୍ତ ନାଗ,ରୁଦୁନା ମହାପାତ୍ର,ସୁଶାନ୍ତ ବାଗ,ଜୟଦେବ ବରିହା,ମଦନ ସାହୁ,ରତନ ଠାକୁର,ମହେନ୍ଦ୍ର ବାଗ,ଜୟଦେବ ବରିହା ୬ମାସ ପୂର୍ବରୁ ମନରେଗା ଯୋଜନାରେ ସେମାନେ କାମ କରିଛନ୍ତି। ପ୍ରଥମ ସପ୍ତାହ ପ୍ରାପ୍ୟ ପାଇଥିବା ବେଳେ ଆଉ ଦୁଇ ସପ୍ତାହର ପ୍ରାପ୍ୟ ପାଇ ନାହାନ୍ତି । ବିଡିଓ,ଜେଇ,ବ୍ଲକ ଅଧ୍ୟକ୍ଷଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ପାଇ  ପାରି ନାହାନ୍ତି। ତେଣୁ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories