nua o banner

ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ – ପ୍ରଧାନମନ୍ତ୍ରୀ

BJD Bijuli 480×75 Mob

ଭାରତ-କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତ ଏବଂ କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ। ଭାରତ ଏବଂ କାନାଡା ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ କେନ୍ଦ୍ରିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅଧିକାଂଶ ଲୋକଙ୍କ ପାଇଁ ଗୋଟିଏ କଥା ସାଧାରଣ ଯେଉଁମାନେ ନିବେଶ ସମ୍ପର୍କିତ ନିଷ୍ପତ୍ତି ନେଇଥାନ୍ତି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଗୋଟିଏ ଦେଶରେ ବିନିଯୋଗ କରିବା ପୂର୍ବରୁ ଆପଣ କ’ଣ ଭାବନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏକ ଦୃଢ ଗଣତନ୍ତ୍ର, ରାଜନୈତିକ ସ୍ଥିରତା, ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟ ଅନୁକୂଳ ନୀତି ଓ ଦକ୍ଷ ପ୍ରତିଭା ଯେଉଁ ଦେଶରେ ଅଛି, ସେହି ଦେଶ ହେଉଛି ଭାରତ। ସେ କହିଛନ୍ତି ଯେ କୋଭିଡ୍ ପରବର୍ତ୍ତୀ ଦୁନିଆରେ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଶୁଣିଛେ। ସାରା ବିଶ୍ୱରେ ଉତ୍ପାଦନ ସମସ୍ୟା, ଯୋଗାଣ ଶୃଙ୍ଖଳାର ସମସ୍ୟା, ପିପିଇ ସମସ୍ୟା ଦେଖା ଦେଇଛି କିନ୍ତୁ ଭାରତ ସେହି ସମସ୍ୟାଗୁଡିକୁ ହେବାକୁ ଦେଇନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯଦି ଆପଣ ଶିକ୍ଷା କ୍ଷେତ୍ରରେ ଭାଗିଦାରୀ କରିବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନ ହେଉଛି ଭାରତ, ଯଦି ଆପଣ ଉତ୍ପାଦନ କିମ୍ବା ସେବାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନ ହେଉଛି ଭାରତ ଏବଂ ଯଦି ଆପଣ କୃଷି କ୍ଷେତ୍ରରେ ସହଯୋଗୀ ହେବାକୁ ଚାହୁଁଛନ୍ତି ତେବେ ମଧ୍ୟ ସେହି ସ୍ଥାନ ହେଉଛି ଭାରତ।

କରୋନା ମହାମାରୀ କାଳରେ ଭାରତ ସାରା ବିଶ୍ୱ ପାଇଁ ଫାର୍ମାସିର ଭୂମିକା ଗ୍ରହଣ କରୁଛି ଓ ଭାରତ ଏପର୍ଯ୍ୟନ୍ତ ପ୍ରାୟ ୧୫୦ଟି ଦେଶକୁ ଔଷଧ ଯୋଗାଇ ଦେଇଛି। ଚଳିତ ବର୍ଷ ମାର୍ଚ୍ଚ-ଜୁନ୍ ମଧ୍ୟରେ ଦେଶର କୃଷି ରପ୍ତାନି ୨୩ ପ୍ରତିଶତ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ ସଂକଟମୟ ପରିସ୍ଥିତି ଥିବା ବେଳେ ଭାରତ ଏହି ସଫଳତା ହାସଲ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି। ଦେଶ ବୈଦେଶିକ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଉଦାରବାଦୀ ପନ୍ଥା ଗ୍ରହଣ କରିଛି ଓ ଏକ ସରଳ ଟିକସ ବ୍ୟବସ୍ଥା ସୃଷ୍ଟି କରିବା ସହ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଥିବା ସେ କହିଛନ୍ତି। ଏହି ଭାରତ-କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଆମେ ସକ୍ରିୟ ଭାବରେ ବିମାନବନ୍ଦର, ରେଳବାଇ, ରାଜପଥ ଓ ବିଦ୍ୟୁତ୍ ବଣ୍ଟନ ଭଳି କ୍ଷେତ୍ରରେ ସମ୍ପଦର ପୂର୍ଣ୍ଣ ଉପଯୋଗ ଉପରେ ଗୁରୁତ୍ୱ ଦେଇଛୁ। ସେ କହିଛନ୍ତି ଯେ ଭାରତୀୟ ବଜାରରେ ମଧ୍ୟ ମାନସିକତାରେ ଦ୍ରୁତ ପରିବର୍ତ୍ତନ ଆସିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ -୧୯ ମହାମାରୀ ସମୟରେ ସରକାର ଏକ ନିଆରା ଆଭିମୁଖ୍ୟ ସ୍ୱରୂପ ଗରିବ ଏବଂ କ୍ଷୁଦ୍ର ବ୍ୟବସାୟ ପାଇଁ ପ୍ୟାକେଜ୍ ପ୍ୟାକେଜ ଦେଇଛନ୍ତି। ଉତ୍ପାଦନ ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଗଠନମୂଳକ ସଂସ୍କାର ଆଣିବା ପାଇଁ ଏହି ସୁଯୋଗକୁ ବ୍ୟବହାର କରାଯାଉଥିବା ସେ କହିଛନ୍ତି। ସେ କହିଛନ୍ତି, ଶିକ୍ଷା, ଶ୍ରମ ଏବଂ କୃଷି କ୍ଷେତ୍ରରେ ହୋଇଥିବା ସଂସ୍କାର ପ୍ରକ୍ରିୟା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିଛି। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆମ ଯୁବପିଢ଼ିଙ୍କ ପ୍ରତିଭାକୁ ଆହୁରି ବୃଦ୍ଧି କରିବାରେ ସହାୟକ ହେବ ଓ ଏହା ଫଳରେ ଅଧିକ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଭାରତକୁ ଆସିବାକୁ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରମ ଆଇନ ଓ କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର ସୁଦୂରପ୍ରସାରୀ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଏହା କୃଷକମାନଙ୍କୁ ସଶକ୍ତ କରିବା ସହ ରପ୍ତାନିରେ ବୃଦ୍ଧି ଘଟିବ ବୋଲି କହିଛନ୍ତି।

ସମ୍ମିଳନୀକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯଦି ଆପଣ ଶିକ୍ଷା କ୍ଷେତ୍ରରେ ଭାଗିଦାରୀ କରିବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନ ହେଉଛି ଭାରତ, ଯଦି ଆପଣ ଉତ୍ପାଦନ କିମ୍ବା ସେବାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନ ହେଉଛି ଭାରତ ଏବଂ ଯଦି ଆପଣ କୃଷି କ୍ଷେତ୍ରରେ ସହଯୋଗୀ ହେବାକୁ ଚାହୁଁଛନ୍ତି ତେବେ ମଧ୍ୟ ସେହି ସ୍ଥାନ ହେଉଛି ଭାରତ।

ସେ କହିଛନ୍ତି, ଭାରତ-କାନାଡା ଦ୍ୱିପାକ୍ଷିକ ସମ୍ପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସ୍ୱାର୍ଥ ସମ୍ବଳିତ ଅଟେ। କାନାଡାର ବହୁ ଅଭିଜ୍ଞ ନିବେଶକ ଭାରତରେ ପୂର୍ବରୁ ପୁଞ୍ଜି ନିବେଶ କରିଥିବା କହିଛନ୍ତି।

Comments are closed.