www.samajalive.in
Tuesday, December 9, 2025
15.1 C
Bhubaneswar

ବାଲେଶ୍ୱର ଉପ ନିର୍ବାଚନ : ବଦଳୁଛି କି ବିଜେପିରେ ସମୀକରଣ !

ବାଲେଶ୍ୱର : ବାଲେଶ୍ୱର ଉପ ନିର୍ବାଚନ ମୁଣ୍ଡ ଉପରେ। ଏଥିପାଇଁ ସବୁ ଦଳ ଚଳଚଞ୍ଚଳ। ବିଭନ୍ନ ବର୍ଗର ନେତା ଓ କର୍ମୀମାନଙ୍କୁ ନେଇ ଚାଲିଛି ମିଶ୍ରଣ ପର୍ବ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବିଜେପି ପକ୍ଷରୁ ଜିଲା ବିଜେଡ଼ିର ପୂର୍ବତନ ସଦର ବ୍ଲକ ଚେୟାରମେନ ନାରାୟଣ ପ୍ରଧାନଙ୍କୁ ଦଳରେ ସାମିଲ କରାଯାଇଛି। ବୁଧବାର ସନ୍ଧ୍ୟାରେ ରୟାଲ କୁଇନ କଲ୍ୟାଣ ମଣ୍ଡପରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମିଶ୍ରଣ ପର୍ବରେ ମୟୂରଭଞ୍ଜର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ବିଶ୍ୱେଶ୍ୱର ଟୁଡ଼ୁ, ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଜୟ ମିଶ୍ର, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସଦର ନିର୍ବାଚନମଣ୍ଡଳୀର ସଂଯୋଜକ ମାନସ କୁମାର ଦତ୍ତ, ସଦର ନିର୍ବାଚନମଣ୍ଡଳୀର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ ଓ ଭିଡ଼ିଓ କନଫରେନ୍ସ ଯୋଗେ କେନ୍ଦ୍ର ମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବାଲେଶ୍ୱର ଜିଲା ପ୍ରଭାରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ମିଶ୍ରଣ ପର୍ବ ପରେ ବାଲେଶ୍ୱର ବିଜେପିରେ ନୂତନ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି। କିଛି ଦିନ ପୂର୍ବରୁ ବିଜେଡିର କିଛି ଟାଣୁଆ ନେତାଙ୍କୁ ନେଇ ବିଜେପି ଗୁପ୍ତ ବୈଠକ କରିବା ସହିତ ନାରାୟଣ ପ୍ରଧାନଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ କରିବା ପାଇଁ ଯୋଜନା ହେଉଥିôବା ଚର୍ଚ୍ଚା ହେଉଥିଲା। ହେଲେ ବିଜେଡି ଏହି ମନ୍ତ୍ରଣା ସମ୍ପର୍କରେ ଜାଣି ପାରି ଦୁଇଜଣ ନେତାଙ୍କୁ ନିଜ ପକ୍ଷରେ ରଖିବାକୁ ସକ୍ଷମ ହୋଇଥିଲା। ହେଲେ ନାରାୟଣ ପ୍ରଧାନଙ୍କୁ ଦଳ ମନାଇବାରେ ଅସଫଳ ହେବାରୁ ସେ ଆଜି ବିଜେପିରେ ଯୋଗ ଦେଇଥିବା ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ବିଜେପି ଭିତରେ ନାରାୟଣ ପ୍ରଧାନଙ୍କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ତାଙ୍କୁ କେଉଁ ସର୍ତ୍ତରେ ଦଳ ଗ୍ରହଣ କରିଛି ଏହାକୁ ବିଧାୟକ ଆଶାୟୀ ତଥା ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ତୀକ୍ଷ୍‍ଣ ନଜର ରଖିଛନ୍ତି। ଶ୍ରୀ ଦତ୍ତ ଓ ତାଙ୍କ ଟିମ ପ୍ରାର୍ଥୀତ୍ୱ ପାଇଁ ଦୃଢ଼ ଦାବିଦାର ରହିଥିଲା ବେଳେ ଷଡ଼ଙ୍ଗୀଙ୍କ ଗୋଷ୍ଠୀ ଏହାକୁ ଗ୍ରହଣ କରିବାକୁ ରାଜି ନଥିବା ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ ପ୍ରାର୍ଥୀ ପାଇଁ ନେତା ଖୋଜିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଯଦି ସେଭଳି କିଛି ହୁଏ ତେବେ ଶ୍ରୀ ଦତ୍ତଙ୍କ ଗୋଷ୍ଠୀ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ। ଅନ୍ୟ ପକ୍ଷରେ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ପ୍ରଧାନଙ୍କର ରାଜନୈତିକ ଅଭିଜ୍ଞତା ରହିଛି ଓ ତାଙ୍କର ମଧ୍ୟ ପଞ୍ଚାୟତ ଗୁଡ଼ିକରେ କିଛି ଭୋଟ ରହିଛି। ସେ ଯଦି ମାନସଙ୍କ ପ୍ରାର୍ଥୀତ୍ୱକୁ ସ୍ୱିକାର କରି ଦଳ ପାଇଁ କାମ କରିବେ, ତାହେଲେ ବିଜେପି ନିଶ୍ଚିତ ଭାବେ ଆସନ୍ତା ନିର୍ବାଚନ ଭଲ କରିବ। ହେଲେ ଶ୍ରୀ ଦତ୍ତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ ହେଉଥିବାରୁ ଦଳ ଯଦି ଦ୍ୱନ୍ଦ୍ୱ ଦୂର ନକରେ ତେବେ ଦଳ ପାଇଁ ଏହା ଭାରି ପଡ଼ିବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories