BJD Bijuli 480×75 Mob

ଭୁବନେଶ୍ୱରରୁ ଆଜି ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୨୯ ଜଣ ଆକ୍ରାନ୍ତ

BJD Bijuli 480×75 Mob

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୧୬ଜଣ ଓ ଲୋକାଲ୍‌ କଣ୍ଟାକ୍ଟ କେସ ୨୪୯ ଜଣ ଅଛନ୍ତି। ତେବେ ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।
କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ କରୋନା ଆକ୍ରାନ୍ତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ନୟାପଲ୍ଲୀରୁ ୧୨ ଜଣ, ଶୈଳଶ୍ରୀ ବିହାର, ସହିଦ ନଗରରୁ ୭-୭ ଜଣ, ଆଇଆରସି ଭିଲେଜ, ପଳାଶୁଣୀରୁ ୫-୫ ଜଣ, ବାପୁଜୀ ନଗର, ସାମନ୍ତରାପୁରରୁ ୪ ଜଣ ଲେଖାଏଁ ଜଣ, ୟୁନିଟ-୯, ମଂଚେଶ୍ୱର, ନିଳାଦ୍ରୀ ବିହାର, ଖାରବେଳ ନଗର, ବରମୁଣ୍ଡା, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଲୋକାଲ୍‌ କଣ୍ଟାକ୍ଟ କେସ୍ ମଧ୍ୟରେ ଆଜି ପଟିଆରୁ ୨୧ ଜଣ ଓ ନୟାପଲ୍ଲୀରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ସହିଦ ନଗରରୁ ୧୨ ଜଣ, ଲକ୍ଷ୍ମୀସାଗରରୁ ୯ ଜଣ, ପାତ୍ରପଡ଼ାରୁ ୮ ଜଣ, ୟୁନିଟ-୯, ରସୁଲଗଡ଼, ୟୁନଟି-୮ରୁ ୭ ଜଣ ଲେଖାଏଁ, ଶୈଳଶ୍ରୀ ବିହାର, ଝାରପଡ଼ାରୁ ୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comments are closed.