www.samajalive.in
Sunday, December 7, 2025
13.1 C
Bhubaneswar

ବଡ଼ସାହି ବ୍ଲକରେ ହଜାରେ ପାରିହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ବଡ଼ସାହି:ମୟୂରଭଞ୍ଜ ଜିଲା, ବଡ଼ସାହି ବ୍ଲକରେ କରୋନା ସକ୍ରମିତଙ୍କ ସଂଖ୍ୟା ୧୦୦୦ ପାରି ହୋଇଛି। ସୋମବାର ଚିହ୍ନଟ ୩୮ଜଣ ନୂତନ ସଂକ୍ରମିତଙ୍କୁ ମିଶାଇ ବ୍ଲକର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୨୦ରେ ପହଞ୍ଚିଛି। ଚିହ୍ନଟ ୩୮ଜଣ ସଂକ୍ରମିତଙ୍କ ମଧ୍ୟରେ ଉଠାଣୀନୂଆଗାଁ ପଞ୍ଚାୟତରୁ ସର୍ବାଧିକ ୨୦ଜଣ ଥିବା ବେଳେ ଛେଳିଆ(କ) ଓ କେନ୍ଦୁଡ଼ିହା ପଞ୍ଚାୟତରୁ ୩ଜଣ ଲେଖାଏଁ, ବଡ଼ସାହି ଓ କୋଚିଳାଖୁଣ୍ଟା ପଞ୍ଚାୟତରୁ ୨ଜଣ ଲେଖାଏଁ ଅଛନ୍ତି।

ସେହିପରି ମାଣତ୍ରୀ, ମାନଗୋବିନ୍ଦପୁର, ତାଳପଦା, ସୁହାଗପୁର, ବୀରେଶ୍ୱରପୁର, ବଳଭଦ୍ରପୁର, ମାଧପୁର ଓ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ପଞ୍ଚାୟତୱାରୀ ଚିହ୍ନଟ ସଂଖ୍ୟା ଭିତ୍ତିରେ ସୋମବାର ପର୍ଯ୍ୟନ୍ତ ବଡ଼ସାହିରୁ ସର୍ବାଧିକ ୨୦୬ଜଣ ଚିହ୍ନଟ ହୋଇଥିବା ବେଳେ ମାଣତ୍ରୀରୁ ୭୯, ମାନଗୋବିନ୍ଦପୁରରୁ ୫୯, ସାନକେରକୋରୁ ୫୪, ଗୁଡ଼ିଆଲବନ୍ଧରୁ ୪୭, ଦେଉଳିଆରୁ ୪୧, କେନ୍ଦୁଡ଼ିହା ଓ ତାଳପଦାରୁ ୪୦ଜଣ ଲେଖାଏଁ, ଯୋଗୀନୂଆଗାଁରୁ ୩୮, ଚନ୍ଦନପୁର ଓ ଦୁର୍ଗାପୁରରୁ ୩୩ଜଣ ଲେଖାଏଁ, ବଳଭଦ୍ରପୁରରୁ ୩୨, ଜାରକାଣୀରୁ ୨୪, ଛେଳିଆ(କ), କୋଚିଳାଖୁଣ୍ଟା ଓ ମାଧପୁରରୁ ୨୩ଜଣ ଲେଖାଏଁ, ନାଉପାଳରୁ ୨୨, ଖାନୁଆ, ଉଠାଣୀନୂଆଗାଁ ଓ ପଟିସାରୀରୁ ୨୧ଜଣ ଲେଖାଏଁ, ସୁହାଗପୁର ଓ ଭୀମିଦାରୁ ୧୮ଜଣ ଲେଖାଏଁ, ଶିଆଳିଘାଟୀରୁ ୧୫, ପୂର୍ଣ୍ଣଚନ୍ଦ୍ରପୁରରୁ ୧୪, ବୀରେଶ୍ୱରପୁର, ପାଉଁଶିଆ, ପ୍ରତାପପୁର ଓ ଶାଳଗାଁରୁ ୧୩ଜଣ ଲେଖାଏଁ, ଯଦୁନାଥପୁରରୁ ୧୧ ଓ ଟଙ୍ଗାଶୋଳ ପଞ୍ଚାୟତରୁ ୭ଜଣ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories