www.samajalive.in
Sunday, December 14, 2025
26.1 C
Bhubaneswar

ଆଧାରକାର୍ଡ଼ ବଢାଇଲା ଭିନ୍ନକ୍ଷମ ଯୁବକଙ୍କ ଚିନ୍ତା, ବର୍ଷେ ହେଲା ମିଳୁନାହିଁ ଚାଉଳ

ଖଜୁରିପଡ଼ା/ଫୁଲବାଣୀ: ଆଧାରକାର୍ଡ଼ ଚିନ୍ତା ବଢାଇଛି ଜଣେ ଭିନ୍ନକ୍ଷମ ଯୁବକଙ୍କର। ଆଧାରକାର୍ଡ଼ ନ ଥିବା ଯୋଗୁଁ ଗତ ଏକ ବର୍ଷ ହେଲା ମିଳୁନାହିଁ ସରକାରୀ ଯୋଜନାରେ ରାସନକାର୍ଡ଼ରେ ସରକାରୀ ଚାଉଳ। ଯୁବକଜଣକ ସଂପୂର୍ଣ୍ଣଭାବେ ଅନ୍ଧ। ଏଭଳି ସ୍ଥଳେ ପୁଣିଥରେ ସାମ୍ନାକୁ ଆସିଛି କନ୍ଧମାଳ ଜିଲା ଖଜୁରିପଡ଼ା ଯୋଗାଣ ବିଭାଗର ଆଉ ଏକ ମନମୁଖୀ କାର୍ଯ୍ୟ। ଶତକଡ଼ା ୧୦୦ ଭାଗ ଭିନ୍ନକ୍ଷମ ପ୍ରଶାନ୍ତ କୁମାର ମୁଖୀଙ୍କୁ ଆଜିକୁ ବର୍ଷେ ହେଲା ଆଉ ମିଳୁନାହିଁ ରାସନ ସାମଗ୍ରୀ। ଏଭଳି ସ୍ଥଳେ ସରକାର ଯେଉଁ ଘୋଷଣା କରୁଛନ୍ତି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେଭଳି କୌଣସି ଯୋଜନାରୁ ବଞ୍ଚିତ ହେବେନାହିଁ ସେ ଦିଗରେ ବିଶେଷ ପଦକ୍ଷେପ ନିଆଯାଉଥିବାର ଡ଼ିଣ୍ଡିମ ପିଟୁଥିବା ବେଳେ ତାହା କେବଳ କାଗଜ କଲମରେ ବୋଲି ଏକ ପ୍ରକାର ପ୍ରମାଣିତ ହୋଇଛି।

ଖବର ପ୍ରକାରେ, ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦଳପଡ଼ା ଗ୍ରାମର ବାପା ପୂର୍ଣ୍ଣଚନ୍ଦ୍ର ମୁଖୀ ଓ ମାଆ ଦୂତିକା ମୁଖୀଙ୍କ ବଡ଼ପୁଅ ହେଉଛନ୍ତି ପ୍ରଶାନ୍ତ। ପ୍ରଶାନ୍ତ ଜନ୍ମରୁ ଦେଖି ପାରୁଥିଲେ ମଧ୍ୟ ୫ ବର୍ଷ ବେଳକୁ ସେ ଆଉ କିଛି ଦେଖିପାରିଲେ ନାହିଁ। ପ୍ରଶାନ୍ତଙ୍କ ଚିକିତ୍ସା ପାଇଁ ବାପା ସମସ୍ତ ପ୍ରକାର ଉଦ୍ୟମ ମଧ୍ୟ କରିଥିଲେ କିନ୍ତୁ ତାହା ସଫଳ ହୋଇ ପାରିଲାନାହିଁ। ଅର୍ଥ ସାଜିଥିଲା ଚିକିତ୍ସାରେ ବାଧକ। ଅର୍ଥର ଅଭାବ ଯୋଗୁ ଅଧିକ ଚିକିତ୍ସା କଥା ମଧ୍ୟ ପରିବାର ଲୋକେ ଚିନ୍ତା କରିପାରିନାହାନ୍ତି। ପ୍ରଶାନ୍ତଙ୍କ ବ୍ୟତିତ ପୂର୍ଣ୍ଣଚନ୍ଦ୍ରଙ୍କର ଆଉ ୨ ପୁଅ ଓ ଝିଅଟିଏ ଅଛନ୍ତି। ପରିବାର ପ୍ରତିପୋଷଣ ପାଇଁ ପୂର୍ଣ୍ଣଚନ୍ଦ୍ର ବାଉଁଶ କାରିଗର କାମ କରିବା ସହିତ ତାହା ବଜାରରେ ବିକ୍ରି କରନ୍ତି। ଏପଟେ ପୁଅ ପ୍ରଶାନ୍ତକୁ ମଧ୍ୟ ଚିକିତ୍ସା ପାଇଁ ବିଭିନ୍ନ ଡ଼ାକ୍ତରଖାନା ବୁଲାଇ ଶେଷରେ ନିରବ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି। ତେବେ ପ୍ରଥମେ ସରକାରୀ ସ୍ତରରେ ଆଧାରକାର୍ଡ଼ ବାଧ୍ୟତା ମୂଳକ ବୋଲି ଘୋଷଣା କରାଯିବାରୁ ପ୍ରଶାନ୍ତ ମଧ୍ୟ ଆଧାରକାର୍ଡ଼ ପାଇଁ ବହୁ ଚେଷ୍ଟା କରିଛନ୍ତି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇନାହିଁ। ତେବେ ଗୋଟିଏଥର ଉଠାଇଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି କିନ୍ତୁ ତାହା ଫଳପ୍ରଦ ହୋଇପାରିନାହିଁ।

- Advertisement -

ଅନ୍ୟପକ୍ଷରେ ଏହି ଗରୀବ ପରିବାରର ୬ ଜଣ ସଦସ୍ୟଙ୍କ ନାମ ରାସନକାର୍ଡ଼ରେ ନାମିତ କରାଯାଇଥିଲା। ରାସନକାର୍ଡ଼ ସହିତ ଆଧାରକାର୍ଡ଼କୁ ସଂଯୋଜ ବେଳେ ପ୍ରଶାନ୍ତଙ୍କ ଆଧାରକାର୍ଡ଼ ହୋଇ ପାରିନଥିବା ଯୋଗୁଁ ପରିବାର ଲୋକେ ତାହା ପ୍ରଦାନ କରିପାରିନାହାନ୍ତି। ଫଳରେ ପୂର୍ବରୁ ଯେଉଁ ଚାଉଳ ପ୍ରଶାନ୍ତ ନାମରେ ମିଳୁଥିଲା ତାହା ଗତ ଏକ ବର୍ଷ ହେବା ବନ୍ଦ ହୋଇଯାଇଛି। ପରିବାରରେ ରୋଜଗାର କହିଲେ କେବଳ ତାଙ୍କର ବାପା। ଗୋଟିଏ ପଟେ ବାଉଁଶ କାରିଗର କାମରେ ଯାହା ରୋଜଗାର ହୋଇଥାଏ ସେଥିପରେ ପରିବାରର ୬ ଜଣ ସଦସ୍ୟଙ୍କ ପେଟ ପୁରୁଥିବା ବେଳେ ଏପଟେ ସେହି ଅର୍ଥହିଁ ଖର୍ଚ୍ଚ ହେଉଛି ପ୍ରଶାନ୍ତ ପାଇଁ। ପରିବାରରେ ରୋଜଗାର କ୍ଷମ ବ୍ୟକ୍ତି କହିଲେ କେବଳ ପ୍ରଶାନ୍ତଙ୍କ ବାପା। ଏଭଳି ସ୍ଥଳେ ଯେଉଁ କିଛି ଚାଉଳ ପ୍ରଶାନ୍ତ ନାମରେ ମିଳୁଥିଲା ସେଥିରେ ତାହାର କିଛିଦିନ ଖାଇବା ସମ୍ଭବ ହୋଇଯାଉଥିଲା। କିନ୍ତୁ ବର୍ତ୍ତମାନ ଆଧାରକାର୍ଡ଼ ପାଇଁ ଚାଉଳ ବନ୍ଦ ହୋଇଯାଇଥିବା ଯେଉଁ ବିକଳାଙ୍କ ଭତ୍ତା ମିଳୁଛି ତାହା ଯଦି ମଧ୍ୟ ଆଧାରକାର୍ଡ଼ ଯୋଗୁଁ ବନ୍ଦ ହୋଇଯିବ ତାହା ଏବେ ଚିନ୍ତା ବଢାଇଛି ପରିବାରକୁ। ଏଭଳି ସ୍ଥଳେ ପ୍ରଶାନ୍ତ ଯେଭଳି ଭାବେ ତାହାର ଆଧାରକାର୍ଡ଼ ପାରିବ କିମ୍ବା ଏନେଇ କୌଣସ ବିକଳ୍ପ ବ୍ୟବସ୍ଥା କରିବାରେ ବ୍ଳକ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ସହଯୋଗ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଏପରିକି ନିଜେ ମଧ୍ୟ ପ୍ରଶାନ୍ତ ଜିଲାପାଳ ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories