୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

0

କଟକ: କାଠଯୋଡି ପୋଲ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଜଳେଶ୍ବରରୁ ଭୁବନେଶ୍ବର ଆସୁଥିବା ଏକ ସ୍କପିଓ ଗାଡିକୁ କଟକ କାଠଯୋଡି ପୋଲ ଉପରେ ଅଟାକଇଥିଲା। ଘଟଣାସ୍ଥଳରୁ ଏକ ସ୍କପିଓ ଗାଡି ସହ ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Leave A Reply