ବଳାତ୍କାର ଉଦ୍ୟମ, ପୁଲିସ୍‍କୁ ଗଛରେ ବାନ୍ଧି ପିଟିଲେ

0

ଫରିଦକୋଟ : ପଞ୍ଜାବର ଫରିଦକୋଟଠାରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରୁଥିବା ଜଣେ ପୁଲିସ୍‍ କର୍ମୀଙ୍କୁ ଲୋକେ ଗଛରେ ବାନ୍ଧି ନିର୍ଧୁମ ଛେଚିଛନ୍ତି। ସୂଚନା ଅନୁସାରେ ନିଶାସକ୍ତ ଅବସ୍ଥାରେ ଜଣେ ପୁଲିସ୍‍ କର୍ମୀ ଫରିଦକୋଟଠାରେ ଜଣେ ମହିଳାଙ୍କୁ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ। ମହିଳା ଜଣକ ଚିତ୍କାର କରିବା ପରେ ଲୋକେ ପୁଲିସ୍‍ କର୍ମୀଙ୍କୁ କାବୁକରି ନେଇ ଏକ ଗଛରେ ବାନ୍ଧି ଦେଇଥିଲେ। ପରେ ମହିଳା ଏବଂ ସ୍ଥାନୀୟ ଲୋକେ ମିଶି ପୁଲିସ୍‍ କର୍ମୀଙ୍କୁ ନିର୍ଧୁମ ପିଟି ଥିଲେ। କୋଟକପୁର ଥାନା ଏସ୍‍ଏଚ୍‍ଓ ମୁଖ୍‍ତାର ସିଂହ କହିଛନ୍ତି ଯେ ‘ଗ୍ରାମବାସୀ ମାନେ ଜଣେ ପୁଲିସ୍‍ ର୍କମୀଙ୍କୁ ଗଛରେ ବାନ୍ଧି ପିଟିଥିବା ନେଇ ସୂଚନା ମିଳିଥିଲା। ଏହାପରେ ଏକ ପୁଲିସ୍‍ ଦଳ ସେଠାକୁ ଯାଇ ତାଙ୍କୁ ମୁକୁଳାଇଥିଲେ। ଘଟଣା ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ସେ କହିଛନ୍ତି।

Leave A Reply