ଦିବ୍ୟାଙ୍ଗ ନାବାଳିକାଙ୍କୁ ୭ମାସ ବଳାତ୍କାର, ୧୮ ଅଭିଯୁକ୍ତ ଗିରଫ

0

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ୧୧ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୧୮ ଜଣ ଗିରଫ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଆପାଟମେଣ୍ଟରେ କାର୍ଯ୍ୟରତ ଥିବା ଜଗୁଆଳି, ଲିପ୍ଟମ୍ୟାନ୍ ଓ ସପ୍ଲାୟର ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। ସେମାନେ ନାବାଳିକାଙ୍କୁ ୭ ମାସ ମଧ୍ୟରେ ଅନେକ ସମୟରେ ଆପାଟମେଣ୍ଟର ବିଭିନ୍ନ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବୟାନ ଅନୁଯାୟୀ, ମୃଦୂପାନୀୟ ବା କୋଲ୍ଡ ଡ୍ରିଙ୍କ୍ସରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେଇ ଯୌନ ଶୋଷଣ କରୁଥିଲେ। ବଳାତ୍କାର ପରେ ନାବାଳିକାକୁ ବ୍ଲାକ୍ ମେଲ କରୁଥିଲେ ବୋଲି ପୁଲିସ କହିଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ସପ୍ତମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣଙ୍କ ତାଙ୍କ ବଡ ଭଉଣୀଙ୍କୁ ସବୁ ଜଣାଇବା ପରେ ଏହି ଘଟଣା ବିଷୟରେ ଜଣାପଡିଥିଲ। । ପରେ ତାଙ୍କ ଭଉଣୀ ପରିବାରର ଅନ୍ୟ ସଦସ୍ୟଙ୍କୁ ଜଣାଇବା ପରେ ସୋମବାର ଏନେଇ ଥାନାରେ ଏତଲା ହୋଇଥିଲା। ତୁରନ୍ତ ଏହି ଘଟଣା ତଦନ୍ତ କରାଯାଇ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ନାବଳିକାଙ୍କ ଡାକ୍ତରୀ ମାଇନା ପାଇଁ ଆସନ୍ତାକାଲି ହସ୍ପିଟାଲ ନିଆଯିବ ।

Leave A Reply