www.samajalive.in
Saturday, December 13, 2025
23.1 C
Bhubaneswar

ଲୋକଙ୍କୁ ଡରେଇ ମୋଦୀ ସରକାର ଚଳାଇଛନ୍ତି: ସୋନିଆ

ମୋତିହାରି : ଲୋକଙ୍କୁ ଡରେଇ ଓ ଧମକେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଚଳାଇଛନ୍ତି ବୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି। ଲୋକଙ୍କ ମନରେ ଭୟ, ଦ୍ବନ୍ଦ୍ବ ଓ ଆଶଙ୍କା ସୃଷ୍ଟି ହେଉଛି। ତେଣୁ ଏପରି ଦ୍ବନ୍ଦ୍ବ ଓ ଆଶଙ୍କା ମଧ୍ୟରେ ଠିକ୍ ନିଷ୍ପତ୍ତି ନେବା ଲାଗି ଲୋକେ ସତର୍କ ହେବା ଦରକାର। ଏପରି ଭୟ ଓ ଆଶଙ୍କାକୁ ଦୂର କରିବା ଲାଗି ଆମେ ସମସ୍ତେ ମିଳିମିଶି ଲଢେଇ କରିବା ଦରକାର। ଶୁକ୍ରବାର ବିହାର ପୂର୍ବ ଚମ୍ପାରଣ ଜିଲାର ମୋତିହାରିସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଏକ ଭର୍ଚୁଆଲ ଶୋଭାଯାତ୍ରାକୁ ସମ୍ବୋଧନ କରି ସୋନିଆ କହିଛନ୍ତି ଯେ କେତେକ ଲୋକ ଗାନ୍ଧୀଙ୍କ ନାମରେ ଶପଥ ନେଉଛନ୍ତି; ମାତ୍ର ଗାନ୍ଧୀଙ୍କ ଆଦର୍ଶ ଓ ନୀତିକୁ ଧ୍ବଂସ କରିବାରେ ଲାଗିଛନ୍ତି। ସମ୍ପ୍ରତି ଦେଶରେ ଏକଛତ୍ରବାଦର ବାତାବରଣ ସୃଷ୍ଟି ହୋଇଛି। ସାଧାରଣ ଲୋକ ଭୟଭୀତ ହୋଇ ରହିଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ମନରେଗା ଓ ସୂଚନା ଅଧିକାର ଆଇନକୁ ଦୁର୍ବଳ କରିଛନ୍ତି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ସୋନିଆ ଉନ୍ମୋଚନ କରିଥିଲେ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories