www.samajalive.in
Saturday, December 13, 2025
26.1 C
Bhubaneswar

ବିରାଟ ଓ ଅନୁଷ୍କାଙ୍କ ଭଳି ଏମାନେ ବି ବିଦେଶରେ କରିବେ କି ବିବାହ ?

‘ଗୋଲିଓଁ କି ରାସଲୀଲା- ରାମଲୀଲା’ ଫିଲ୍ମରୁ ଆରମ୍ଭ ହୋଇଥିଲା ସେମାନଙ୍କ ପ୍ରେମକାହାଣୀ। ଏବେ ଦୁହେଁ ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡି। ଏମାନେ ହେଲେ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂହ। ଏବେ ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଜୋର୍‌ ଧରିଛି। ଏପରିକି ଉଭୟଙ୍କ ପିତାମାତା ଆସନ୍ତା ୩-୪ମାସ ମଧ୍ୟରେ ବାହାଘର ପାଇଁ ତାରିଖ ସ୍ଥିର କରିଥିବା ମଧ୍ୟ ଶୁଣାଯାଉଛି।

ଦୀପିକା କାଳେ ମାର୍ଚ୍ଚ ୨ତାରିଖ ଦିନ ଲଣ୍ଡନ ଯାଇ ସେଠାରେ ରଣବୀରଙ୍କ ପିତାମାତାଙ୍କ ସହ ବାହାଘର ପାଇଁ କିଣାକିଣି କରୁଛନ୍ତି। ଉଭୟ ନିଜନିଜ ପରିବାର ସହ ଛୁଟି ବିତାଇବା ଲାଗି ଶ୍ରୀଲଙ୍କା ଯାଇଥିବା ବେଳେ ବି ବାହାଘର କଥା ଚର୍ଚ୍ଚାକୁ ଆସିଥିଲା। ଏପରିକି ଦୀପିକାଙ୍କ ଜନ୍ମଦିନରେ ଗୋପନୀୟ ଭାବେ ସେମାନଙ୍କର ନିର୍ବନ୍ଧ କରାଯାଇଥିବା ମଧ୍ୟ ଶୁଣାଯାଇଥିଲା। ଅବଶ୍ୟ ଏହାକୁ ଦୁହେଁ ଅସ୍ୱୀକାର କରିଥିଲେ। ସେମାନେ ଗୋଆରେ ଏକାଠି ଗୋଟିଏ ଘର କିଣିଥିବା କୁହାଯାଉଛି। ନିକଟରେ ଦୁହେଁ ରଣବୀରଙ୍କ ଆଈଙ୍କୁ ତାଙ୍କର ବାନ୍ଦ୍ରାସ୍ଥିତ ଘରେ ଦେଖା କରିଥିଲେ।

- Advertisement -

ଖବର ଅନୁସାରେ, ଗତ ସପ୍ତାହରେ ଦୀପିକାଙ୍କ ପିତାମାତା ବାହାଘର ସମ୍ପର୍କରେ କଥା ହେବା ଲାଗି ବେଙ୍ଗାଲୁରୁରୁ ମୁମ୍ବଇ ଆସିଥିଲେ। ସେଇଠି ଦୀପିକାଙ୍କର ପ୍ରଭାଦେବୀସ୍ଥିତ ଘରେ ବାହାଘର ତାରିଖ ସ୍ଥିର ହୋଇଥିଲା। ଉଭୟ ପରିବାର କଥାବାର୍ତ୍ତା ହେବା ପରେ ରାତ୍ରିଭୋଜନ ଲାଗି ୱର୍ଲି ଯାଇଥିଲେ। ଦୁହେଁ ଏକ ପ୍ରଖ୍ୟାତ ସ୍ଥାନରେ ବିବାହ କରିବାକୁ ଇଚ୍ଛା କରିଥିଲେ ମଧ୍ୟ ଏହି ବାହାଘର ମୁମ୍ବଇରେ ହେଉ ବୋଲି ରଣବୀରଙ୍କ ପରିବାର ଚାହାନ୍ତି। କାରଣ, ସେମାନଙ୍କର ଅଧିକାଂଶ ବନ୍ଧୁବାନ୍ଧବ ମୁମ୍ବଇରେ ଅଛନ୍ତି ଓ ରଣବୀରଙ୍କ ବାହାଘରରେ ଯୋଗଦେବାକୁ ସମସ୍ତଙ୍କର ଆଗ୍ରହ। ଏହି ବାହାଘର ଦକ୍ଷିଣ ଭାରତୀୟ ପରମ୍ପରା ଅନୁସାରେ ହେବ। ମୁମ୍ବଇର ଭବ୍ୟ ପଞ୍ଚତାରକା ହୋଟେଲ ତାଜ୍‌ ଲ୍ୟାଣ୍ଡ୍‌ସ ଏଣ୍ଡ୍‌ରେ ବାହାଘର ହେବାର ସମ୍ଭାବନା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories