www.samajalive.in
Sunday, December 7, 2025
26.1 C
Bhubaneswar

ବୈଭବ ସମ୍ମିଳନୀ: ବିଜ୍ଞାନ, ଅନୁସନ୍ଧାନ ଏବଂ ନୂତନତ୍ୱ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି ସରକାର

ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ଆମ ପ୍ରୟାସର ମୂଳ ହେଉଛି ବିଜ୍ଞାନ – ପ୍ରଧାନମନ୍ତ୍ରୀ

ସ୍ୱଦେଶୀ ଟୀକା ଉତ୍ପାଦନକୁ ଉତ୍ସାହିତ କରିଛନ୍ତି ସରକାର – ପ୍ରଧାନମନ୍ତ୍ରୀ

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନଫରେନସିଂ ଜରିଆରେ ବୈଭବ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବୈଭବ ସମ୍ମିଳନୀ ହେଉଛି ବିଦେଶ ତଥା ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କ ଏକ ବିଶ୍ୱସ୍ତରୀୟ ଭର୍ଚୁଆଲ୍ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଶୈକ୍ଷିକ ପ୍ରତିଷ୍ଠାନ ଏବଂ ବିକାଶ ସଂଗଠନ ତଥା ଗବେଷକମାନଙ୍କୁ ଗୋଟିଏ ମଞ୍ଚରେ ବିଜ୍ଞାନ ଓ ଜ୍ଞାନ କୌଶଳ ଆଧାରକୁ ମଜବୁତ କରିବା ପାଇଁ ସହଯୋଗ ପ୍ରଣାଳୀ ଉପରେ ବିତର୍କ କରିବା।

ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ବିଜ୍ଞାନ, ଅନୁସନ୍ଧାନ ଏବଂ ନୂତନତ୍ୱ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି, ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ଆମ ପ୍ରୟାସର ମୂଳ ହେଉଛି ବିଜ୍ଞାନ। ସେ କହିଛନ୍ତି, ୨୦୧୪ ମସିହାରେ ଦେଶର ଟୀକାକରଣ କାର୍ଯ୍ୟକ୍ରମରେ ରୋଟାଭାଇରସ୍ ଟୀକା ସମେତ ୪ଟି ନୂତନ ଟୀକା ବିକଶିତ କରାଯାଇଥିଲା। ସେ କହିଛନ୍ତି, ସରକାର ସ୍ୱଦେଶୀ ଟୀକା ଉତ୍ପାଦନକୁ ଉତ୍ସାହିତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଏକ ସ୍ୱଦେଶୀ ବିକଶିତ ନିମୋୋକୋକାଲ ଟିକା ପାଇଁ ଅନୁମତି ଦେଇଛନ୍ତି। ଏହି ଟୀକାକରଣ କାର୍ଯ୍ୟକ୍ରମ ଏବଂ ପୋଷଣ ଅଭିଯାନ ଆମ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଆବଶ୍ୟକତାର ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ୨୦୨୫ ସୁଦ୍ଧା ଭାରତରେ ଯକ୍ଷ୍ମା ଦୂର କରିବା ପାଇଁ ସରକାର ଏକ ମହତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି ଯାହା ବିଶ୍ୱର ନିର୍ଦ୍ଧାରିତ ଲକ୍ଷ୍ୟର ୫ ବର୍ଷ ପୂର୍ବରୁ ପୂରଣ ହେବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories