www.samajalive.in
Saturday, December 6, 2025
15.1 C
Bhubaneswar

କୁସୁମଝର ମାଛ ଯାଁଆଳ କେନ୍ଦ୍ର ପରିଦର୍ଶନ କଲେ ପୂର୍ବତନ ସାଂସଦ

ନବରଙ୍ଗପୁର: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ ହେଉଥିବା କୁସୁମଝର ନଵରଂଗପୁର (ହିର୍ଲି)ଠାରେ ମାଛ ଯାଆଁଳ ସମଵାୟ ସମିତି ପରିଦର୍ଶନ କଲେ ପୂର୍ବତନ ସାଂସଦ ବଳଭଦ୍ର ମାଝି। ପୂର୍ବତନ ସାଂସଦ ଶ୍ରୀ ମାଝୀ ତାଙ୍କ ସାଂସଦ ଥିବା ସମୟରେ ରାଷ୍ଟ୍ରୀୟ କୃଷି ଯୋଜନାରେ କେନ୍ଦ୍ର ସରକାର ପକ୍ଷରୁ ୨୦୧୯ ରେ ୧୦ ଲକ୍ଷ ବ୍ୟୟରେ ନବରଙ୍ଗପୁର ବ୍ଲକ କୁସୁମଝର ଠାରେ ମାଛ ଯାଁଆଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ବର୍ତମାନ ସୁଦ୍ଧା ସେଠାରେ ୨ ଲକ୍ଷ ଯାଁଆଳ ପ୍ରସ୍ତୁତ କରି ନବରଙ୍ଗପୁର ଜିଲ୍ଲାକୁ ଯାଁଆଳ ସପ୍ଲାଇ କରି ବେଶ ଲାଭବାନ ହେଉଥିବା କହିଛନ୍ତି ମାଲିକ । ଆଜି ନବରଙ୍ଗପୁର ଜିଲ୍ଲା ବିଜେପିର ଏକ ଟିମ ସହ ପୂର୍ବତନ ସାଂସଦ ପହଞ୍ଚି ସେଠାରେ ବିଦ୍ୟୁତ ନ ଥିବା ଜାଣିବାକୁ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିଦ୍ୟୁତ ଦେବାପାଇଁ କହିଥିଲେ । ସାଂସଦଙ୍କ ସହ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଗୌରୀ ମାଝୀ, ଦେବାଶିଷ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories