www.samajalive.in
Wednesday, December 10, 2025
16.1 C
Bhubaneswar

ଲାଗୁ ହେଲା ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ, ୟୁନିଟ୍ ପିଛା ବଢ଼ିଲା ୨୦ ପଇସା

ଭୁବନେଶ୍ବର: ବଢ଼ିଲା ବିଦ୍ୟୁତ୍ ଶୁଳ୍କ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ବିଦ୍ୟୁତ୍‌ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି। ଦର ବୃଦ୍ଧିକୁ ବିରୋଧୀ ଦଳଗୁଡିକ ସହ ବିଦ୍ୟୁତ ଉପଭୋକ୍ତା ଫୋରମ୍‌ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।‌ ଏ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଏବେ ମଧ୍ୟ ଜାରି ରହିଛି। ଏଭଳି ପରିସ୍ଥିତିରେ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କକୁ ଆଜିଠାରୁ ରାଜ୍ୟରେ ଲାଗୁ କରାଯାଇଛି। ଶେଷ ଥର ପାଇଁ ୨୦୧୭-୧୮ ଆର୍ଥିକବର୍ଷରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷର ପ୍ରଥମରୁ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟି‌େର ରଖି ‌ବିଦ୍ୟୁତ୍‌ ଶୁଳ୍କରେ ବୃଦ୍ଧି କରାଯାଇ ନ ଥିଲା। ବିଦ୍ୟୁତ୍‌ ଶୁଳ୍କରେ ଏହି ବୃଦ୍ଧି ଗତ ଆର୍ଥିକ ବର୍ଷ ତୁଳନାରେ ଉପଭୋକ୍ତାଙ୍କ ପାଇଁ ବାର୍ଷିକ ହାରାହାରି ୩.୯୦ ପ୍ରତିଶତ ଅଧିକ। ଏଥିରେ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରାଯାଇଥିଲେ ସୁଦ୍ଧା ବିପିଏଲ୍‌ ଏବଂ ଚାଷ କାର୍ୟ୍ୟରେ ବିଦ୍ୟୁତ୍‌ ୟୁନିଟ୍ ପିଛା ଦର ଅପରିବର୍ତ୍ତିତ ରହିଛି। ନୂଆ ଶୁଳ୍କ ଅନୁସାରେ ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପିଛା ୨ ଟଙ୍କା ୫୦ ପଇସା ବଦଳରେ ୨ ଟଙ୍କା ୭୦ ପଇସା, ୫୦ରୁ ୨୦୦ ୟୁନିଟ୍‌ ପିଛା ୪.୩୦ ଟଙ୍କା ବଦଳରେ ୪.୫୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍‌ ମଧ୍ୟରେ ଉପଭୋକ୍ତାମାନେ ୫.୩୦ ଟଙ୍କା ବଦଳରେ ୫.୫୦ ଟଙ୍କା ଏବଂ ଏହାଠାରୁ ଅଧିକ ୟୁନିଟ୍ ପିଛା ୪.୭୦ ଟଙ୍କା ପ୍ରଦାନ କରିବେ। ତେବେ ମିଟର ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories