www.samajalive.in
Saturday, December 13, 2025
21.1 C
Bhubaneswar

ଦ୍ୱିପାକ୍ଷିକ ବୁଝାମଣା ପାଇଁ ଜାପାନ ଯିବେ ବିଦେଶ ମନ୍ତ୍ରୀ ଜୟଶଙ୍କର

ବିଦେଶ ମନ୍ତ୍ରୀ ଜୟଶଙ୍କର ଅକ୍ଟୋବର ୬ ଓ ୭ ଦୁଇ ଦିନ ଜାପାନର ବୈଦେଶିକ ମନ୍ତ୍ରୀ ତୋଷିମିସୁ ମୋଟେଗିଙ୍କ ସହ ଦ୍ୱିପାକ୍ଷିକ ପରାମର୍ଶ ପାଇଁ ଟୋକିଓ ଗସ୍ତ କରିବେ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଦୁଇ ମନ୍ତ୍ରୀ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ମନ୍ତ୍ରୀ ଜୟଶଙ୍କର ଅକ୍ଟୋବର ୬ରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ-ଜାପାନ-ଆମେରିକା ମନ୍ତ୍ରୀସ୍ଥରୀୟ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ ଯେଉଁଥିରେ ସମ୍ପୃକ୍ତ ଦେଶର ବିଦେଶ ମନ୍ତ୍ରୀମାନେ ଅଂଶଗ୍ରହଣ କରିବେ।

ସୂଚନାରେ କୁହାଯାଇଛି ଯେ କରୋନା ପରବର୍ତ୍ତୀ ଆନ୍ତର୍ଜାତୀୟ ସ୍ଥିତି ଏବଂ ମହାମାରୀରୁ ସୃଷ୍ଟି ହେଉଥିବା ବିଭିନ୍ନ ଆହ୍ୱାନର ସମନ୍ୱିତ ସମାଧାନର ଆବଶ୍ୟକତା ଉପରେ ବୈଠକରେ ଆଲୋଚନା ହେବ। ସେମାନେ ଆଞ୍ଚଳିକ ପ୍ରସଙ୍ଗ ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅବାଧ ଓ ମୁକ୍ତ ରକ୍ଷଣାବେକ୍ଷଣର ଗୁରୁତ୍ୱ ଉପରେ ଆଲୋଚନା କରିବେ। ଜାପାନ ଗସ୍ତ ସମୟରେ ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଅଷ୍ଟ୍ରେଲିଆ ଏବଂ ଆମେରିକାର ବିଦେଶ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ପରାମର୍ଶ ମଧ୍ୟ କରିବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories