www.samajalive.in
Saturday, December 13, 2025
26.1 C
Bhubaneswar

ହରଭଙ୍ଗାର ୫ଟି ଓାର୍ଡ ୭୨ଘଣ୍ଟା ସଟ୍‍ଡାଉନ

ହରଭଙ୍ଗା: ହରଭଙ୍ଗା ଗ୍ରାମରୁ ୫ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସାଧାରଣ ଲୋକଙ୍କ ହିତ ଏବଂ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ସରପଞ୍ଚ ସୁମଞ୍ଜି ଲାଲ ମଙ୍ଗଳବାର ଅପରାହ୍ନ ୨ଟାରୁ ଗୁରୁବାର ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୀର୍ଘ ୭୨ଘଣ୍ଟା ପାଇଁ ହରଭଙ୍ଗାର ୫ଟି ଓାର୍ଡକୁ ସଟଡାଉନ ଘୋଷଣା କରାଯାଇଛି।ଏ ନେଇ ପଞ୍ଚାୟତ ପକ୍ଷରୁ ଆଜି ସକାଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ସଟଡାଉନ ଯୋଗୁଁ ହରଭଙ୍ଗାରେ କେବଳ ସ୍ୱାସ୍ଥ୍ୟସେବା, କୃଷିକାର୍ଯ୍ୟ, ଔଷଧ ଦୋକାନ ଭଳି ଜରୁରୀସେବାକୁ ଛାଡି ସମସ୍ତ ଦୋକାନ, ବଜାର ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ଏକାଧିକ ଲୋକଙ୍କ ଗହଳୀଚହଳୀକୁ ବାରଣ କରାଯିବା ସହିତ ସମସ୍ତେ ଏହି ନୟମକୁ ପାଳନ କରିବାକୁ ଅନୁରୋଧ କରାଯାଇଛି। ଏ ନେଇ ସ୍ଥାନୀୟ ସଂରପଚ ବୌଦ୍ଧ ଜିଲ୍ଲାପାଳ, ହରଭଙ୍ଗା ତହସିଲଦାର, ହରଭଙ୍ଗା ବି.ଡି.ଓ, ହରଭଙ୍ଗା ଥାନା ଅଧିକାରୀ ଏବଂ ହରଭଙ୍ଗା ଅଗ୍ନିଶମ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୁରନ୍ତ ସଂକ୍ରମିତ ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯିବାକୁ ସାଧାରଣରେ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories