www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀଭାବେ ଜିଓର ଦବ୍‌ଦବା ଜାରି

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡିଛି ।

ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

- Advertisement -

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି । ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories