www.samajalive.in
Saturday, December 6, 2025
15.1 C
Bhubaneswar

ମହିଳାଙ୍କୁ ଆକ୍ରମଣ, ନ୍ୟାୟ ପାଇଁ ଏସ୍‍ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର : ଡାବୁଗାଁ ଥାନା ଅନ୍ତର୍ଗତ କୋଇଗାଁର ଜଣେ ମହିଳାଙ୍କୁ ରବିବାର ରାତିରେ ୪ଜଣ ଆକ୍ରମଣ କରିବା ସହ ଦୁଷ୍ମର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗରେ ସଂପୃକ୍ତ ମହିଳା ନ୍ୟାୟ ପାଇଁ ନବରଙ୍ଗପୁର ଏସପିଙ୍କର ଦ୍ୱାରସ୍ଥ ହୋଇଛନ୍ତି। ମହିଳା ଗୋମତି ପନକା ରବିବାର ରାତିରେ ଶୋଇ ଥିବା ବେଳେ ପ୍ରାୟ ୧୦ଟାବେଳେ ଗ୍ରାମର ଆଶାରାମ ପନକା, ଶବନ ପନକା, ବଳରାମ ପନକା, ପିତବାସ ପନକା ଘରର କବାଟ ବାଡେଇବା ସହ ଘର ଭିତରକୁ ପଶି ମହିଳାଙ୍କୁ ଲାତ ଗୋଇଠା ମାରି  ଆକ୍ରମଣ କରିଥିଲେ। ଶାଢୀ ଟାଣିବା ସହ ଦୁଷ୍ମର୍ମ ପାଇଁ ଉଦ୍ୟମ ମଧ୍ୟ କରିଥିଲେ। ସେ ପାଟି କରିବାରୁ ସାହି ପୋଡିଶାର ଲୋକମାନେ ପହଞ୍ଚିବାରୁ ୪ଜଣ ଖସି ପଳାଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଏଥିସହ ଗତ ଜୁନ ୨୪ ତାରିଖରେ ସଂପୃକ୍ତ ୪ଜଣ ମହିଳାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏସଂପର୍କରେ ସେ ଡାବୁଗାଁଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି। ତେବେ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଜିଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories