ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ନୂଆପଡା ବ୍ରିଜ ନିକଟରେ ସୋମବାର ଗୋଟିଏ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଭୋରରୁ ବଲାଙ୍ଗିରରୁ କଟକ ଅଭିମୁଖେ ଯାଉଥିବା ବାଇଗଣ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ନୂଆପଡା ପୋଲ ନିକଟରେ ରାସ୍ତା ତଳକୁ ଖସି ପଡିଥିଲା। ଗାଡିରେ ଥିବା ଚାଳକ ଓ ଖଲାସୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ।
Popular Categories



