www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ନଦୀ ଦିବସ ପାଳିତ

ବୁର୍ଲା : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମହାନଦୀ ଅବବାହିକାର ହାଟପଦାଠାରେ ସମ୍ବଲପୁର ଯୁବ ନେତୃତ୍ଵରେ ବିଶ୍ୱ ନଦୀ ଦିବସ ୨୦୨୦ ପାଳନ କରଯାଇଛି। ଏହାର ଉଦ୍ଦେଶ୍ୟ ଯେ ନଦୀର ସୁରକ୍ଷା ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ କିପରି ପଦକ୍ଷେପ ଗ୍ରହଣ କରାଯିବ। ନଦୀ କେବଳ ମାତ୍ର ଜଳ ଉତ୍ସ ନୁହେଁ ଏହା ବ୍ୟକ୍ତିର ଶାରୀରିକ ମାନସିକ, ସାମାଜିକ, ସାସ୍କୃତିକ ଓ ଆର୍ଥିକ ମାନଦଣ୍ଡ ସହିତ ଓତପ୍ରୋତ ଭାବରେ ଜଡ଼ିତ। ଏହି ଅବସରରେ ନଦୀ ଜଳର ସୁରକ୍ଷା ଓ ଏହାର ସୁପରିଚାଳନା ବିଷୟରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରଯାଇଥିଲା। ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆଲୋଚନା କରିଥିଲେ।

ପୂର୍ବରୁ ମହାନଦୀ ଜଳ ପାନୀୟ ଉପଯୋଗୀ ଥିଲା, ମାଛପାଇଁ ଆଖପାଖ ଅଞ୍ଚଳ ଏହା ଉପରେ ନିର୍ଭରଶୀଳ ଥିଲେ। କ୍ରମଶଃ କଳକାରଖାନାରୁ ବାହାରୁଥିବା ରାସାୟନିକ ପଦାର୍ଥ, ସ୍ଥାନୀୟ ଲୋକଙ୍କ ସାମାଜିକ ପର୍ବପର୍ବାଣୀ ଫଳରେ ନଦୀକୂଳକୁ ପ୍ରଦୂଷିତ କରୁଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଗଛକଟା ଓ ଜଳବାୟୁ ପରିବର୍ତ୍ତନ ନଦୀଜଳ ଉପରେ ଗଭୀର ପ୍ରଭାବ ପକାଇଛି ଫଳରେ ନଦୀପାଣି ଦୁର୍ଗନ୍ଧମୟ ହେଉଛି। ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ୧୦୦ରୁ ଅଧିକ ଯୁବଗୋଷ୍ଠୀ ଓ ଜନସାଧାରଣ ଯୋଗ ଦେଇଥିଲେ। ହାଟପଡ଼ାରେ ପ୍ରତି ରବିବାର ନଦୀତଟ ସଫା କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ପତଙ୍ଗ ଏବଂ ଏକ୍ସନଏଡ଼ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories