www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ବଲପୁରୀ ଭାଷାର ଲିପି ଓ ବର୍ଣ୍ଣବୋଧ ବହି ‘ହେମ ବରନ୍‍ ଡଣିଃଆ’ ଉନ୍ମୋଚିତ 

ସମ୍ବଲପୁର: ପ୍ରତ୍ୟେକ ଭାଷାର ସ୍ୱତନ୍ତ୍ରତା ଓ ବୈଶିଷ୍ଟ୍ୟ ରହିଛି। ସେହି ଭାଷାର ଭାଷା ବିଜ୍ଞାନ ଉପରେ ପର୍ଯ୍ୟବସିତ। ଧ୍ୱନି ତତ୍ୱାନୁସାରେ ସେହି ଭାଷାରେ ଥିବା ସମସ୍ତ ଧ୍ୱନିକୁ ଚିହ୍ନିତ କରିବା ପାଇଁ ଅକ୍ଷରର ଆବଶ୍ୟକତା ରହିଛି। ଏହାକୁ ଲିପ୍ୟତେ ଇତି ଅଥବା ଲିପି କୁହାଯାଏ। ଲିପି ହେଉଛି ଗୋଟିଏ ଭାଷାର ସଂରକ୍ଷଣ ପାଇଁ ସର୍ବପ୍ରଥନ ସାନ ହୋଇଥିବାରୁ ଭାରତରେ ଥିବା ବିଭିନ୍ନ ଭାଷାର ଧ୍ୱନିତତ୍ୱର ବିବିଧତା ଅନୁଯାୟୀ ଲିପି ମଧ୍ୟ ଭିନ୍ନ ଭିନ୍ନ। ବିଗତ ପ୍ରାୟ ୮ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ସମ୍ବଲପୁରୀ ଭାଷାର ଅସ୍ତିତ୍ୱ ଓ ଅସ୍ମିତାକୁ ଉଦଜୀବିତ ରଖିବା ପାଇଁ ଯୁବ ଶିକ୍ଷକ ହେମକାନ୍ତ ସାହୁଙ୍କ ଦ୍ୱାରା ସଂରଚିତ ସମ୍ବଲପୁରୀ ଲିପି ଓ ବର୍ଣ୍ଣବୋଧ ବହି ‘ହେମ ବରନ୍‍ ଡଣିଃଆ’ ରବିବାର ଉନ୍ମୋଚିତ ହୋଇଯାଇଛି। ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ପୂର୍ବାହ୍ନରେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ଏହି ବହିକୁ ଅର୍ପଣ କରାଯାଇ ପରେ ଏକ ୱେବନାର ଜରିଆରେ ସାର୍ବଜନିନ କରାଯାଇଥିଲା। ସମ୍ବଲପୁରୀରେ ବର୍ଣ୍ଣବୋଧର ରଚୟିତା ହେମକାନ୍ତ ସାହୁଙ୍କ କହିବାନୁଯାୟୀ ଏଠାକାର ପ୍ରଚୀନ ଲିପି ବ୍ରାହ୍ମୀକୁ ଆଧାର କରି ସମ୍ବଲପୁରୀ ବର୍ଣ୍ଣମାଳାର ରଚନା କରାଯାଇଛି। ଏହା ଦ୍ୱାରା ଏହି ଅଞ୍ଚଳର ସର୍ବ ପୂରାତନ ଭାଷା ସମ୍ବଲପୁରୀ ସହିତ ଏହି ମାଟିର ଐତିହାସିକ ଭାଷା ବ୍ରାହ୍ମୀ ସବୁ ଦିନ ପାଇଁ ଯୋଡି ହୋଇ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳର ଭାଷାର ନିଜସ୍ୱ ବୈଶିଷ୍ଟ୍ୟ ରହିଛି। ଯାହାକି ସଂରକ୍ଷଣ ଅଭାବରୁ ବିଲୁପ୍ତ ହେବାକୁ ଯାଉଛି। ଶିଶୁ ମାନଙ୍କ ପାଇଁ ରଚିତ ଏହି ସମ୍ବଲପୁରୀ ବର୍ଣ୍ଣବୋଧ ବଳରେ ସେମାନଙ୍କର ମାତୃଭାଷା ପ୍ରତି ଆଗ୍ରହ ବଢ଼ିବ ଏବଂ ସେମାନଙ୍କ ଦ୍ୱାରା ଅଙ୍ଗିକାର ହୋଇ ଏହି ଭାଷା ସମ୍ବର୍ଦ୍ଧିତ ହୋଇପାରିବ ବୋଲି ଆଶା କରାଯାଉଛି।

ସମଲେଶ୍ୱରୀ ମନ୍ଦିର ଏବଂ ୱେବନାର ମାଧ୍ୟମରେ ଉନ୍ମୋଚନ କାର୍ୟ୍ୟକ୍ରମରେ ଡ. ଶ୍ୟାମ ସୁନ୍ଦର ଧର, ଶିବ ପ୍ରସାଦ ମେହେର, ଆନନ୍ଦ ସାଗର ଦାସ, ରାଜେଶ କୁମାର ବେହେରା, ପଙ୍କଜିନୀ ମେହେର, ହେମକାନ୍ତ ସାହୁ, କେଶ ରଞ୍ଜନ ପ୍ରଧାନ, ମୁକ୍ତକଣ୍ଠ ପ୍ରଧାନ, ସରୋଜ ଦାସ, ରାଜେଶ କୁମାର ବେହେରା, ସଞ୍ଜୟ ସୁପକାର, ସତ୍ୟ ନାରାୟଣ ଠାକୁ, ବିଶ୍ୱ ପ୍ରକାଶ ମିଶ୍ର, ସବିତା ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories