www.samajalive.in
Saturday, December 6, 2025
26.1 C
Bhubaneswar

ମାମୁଁ ବସାଇଥିବା ବାର୍‍ହା ଫାସରେ ପଡ଼ି ଭଣଜାର ଜୀବନ ଗଲା, ସାଇଣ୍ଟିଫିକ୍‍ ଟିମ୍ ଦ୍ଵାରା ଯାଞ୍ଚ ଆରମ୍ଭ

କେଶଦୁରାପାଳ: ମାମୁଁ ବାର୍‍ହା ମାରିବା ପାଇଁ ବସାଇଥିବା ଫାସରେ ପଡ଼ି ଭଣଜାର ମୃତ୍ୟୁ ଘଟିଛି। ସାଇଣ୍ଟିଫିକ୍‍ ଟିମ୍‍ ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଘସିପୁରା ଥାନା କେନ୍ଦୁଆ ଟିକରସାହିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନାରୁ ଜଣାଯାଏ, ଘଷିପୁରା ଥାନା ଅନ୍ତର୍ଗତ ରାଧିକାଦେଇପୁର ପଞ୍ଚାୟତ କେନ୍ଦୁଆ ଟିକର ସାହିର ମାମୁଁ ଗୋପାଳ ପଲେଇ ବାରହା ମାରିବା ପାଇଁ ବିଦ୍ୟୁତ ତାର ଦ୍ଵାରା ଫାସ ବସାଇଥିବା ବେଳେ ଭଣଜା ବୁଲୁ କୁକୁ ଉକ୍ତ ବାରାହା ଫାସରେ ପଡ଼ି ଯାଇଥିଲା। ଫଳରେ ଭଣଜାର ବିଦ୍ୟୁତ ତାରରେ ଲାଗି ଜୀବନ ଚାଲିଯାଇଥିଲା ଏହା ଜାଣିବା ପରେ ମାମୁଁ ଭୟରେ କାହାକୁ କିଛି ନ କହି କିଛି ଲୋକଙ୍କ ସହାୟତାରେ ନିକଟସ୍ଥ ଜଙ୍ଗଲରେ ମୃତ ଭଣଜାକୁ ପୋଡ଼ି ଦେଇଥିଲା ଏବଂ କାହାକୁ କିଛି ନ କହି ଖୋଜା ଖୋଜି କରୁଥିଲା। ପରିବାର ଲୋକ, ଭଉଣୀକୁ ନ ଜଣେଇ ଦୁଇ ମାମୁଁ ନେଇ ଶବ ସତ୍କାର କରି ଦେଇଛନ୍ତି ବୋଲି ପ୍ରକାଶ କରୁଥିବା ବେଳେ ପ୍ରକୃତ ପକ୍ଷେ ମାମୁଁ ଗୋପାଳ ବସାଇଥିବା ବାରହା ଫାସରେ ପଡ଼ି ଯାଇଥିଲା। ଫଳରେ ଭଣଜାର ବିଦ୍ୟୁତ ତାରରେ ଲାଗି ଜୀବନ ଚାଲିଯାଇଥଲା ଏହାକୁ ଲୁଚାଇବାକୁ ଯାଇ ମାମୁଁ ଭୟରେ ପୋଡିଦେଇଛି ବୋଲି ପ୍ରକାଶ କରିଛନ୍ତି । ଘସିପୁରା ଥାନା ପକ୍ଷରୁ ହତ୍ୟା ସନ୍ଦେହରେ ମାମୁଁ ଗୋପାଳ ପଲେଇକୁ ଅଟକ ରଖିଥିବା ବେଳେ ଉକ୍ତ ଘଟଣାରେ ଆଳି ସାଇଣ୍ଟିଫିକ୍‍ ଟିମ୍ ଦ୍ଵାରା ଯାଞ୍ଚ ଆରମ୍ଭ ହୋଇଛି। ସାଇଣ୍ଟିଫିକ୍‍ ଟିମ୍ ଦ୍ଵାରା ଉଣଜାର ପୋଡା ହାଡ଼, ପାଉଁଶ ଆଦି ସଂଗ୍ରହ କରାଯାଇଥିବା ବେଳେ ଡ଼ିଏନ୍ଏ ପରୀକ୍ଷା କରାଯିବା ସହିତ ଆସନ୍ତା କାଲି ମାମୁଁ ଗୋପାଳ ପଲେଇ କୋର୍ଟ ଚାଲାଣ ହେବ ବୋଲି ଜଣାପଡ଼ିଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories