www.samajalive.in
Sunday, December 14, 2025
26.1 C
Bhubaneswar

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩ ଦଗ୍ଧ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘରସ୍ଥିତ ଏମ୍‌ଆଇଡିସି କେମିକାଲ ଫ୍ୟାକ୍ଟ୍ରି(ରାସାୟନିକ କାରଖାନା)ରେ ଭୟାବହ ବିସ୍ଫୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।

ପ୍ରାଥମିକ ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୧ ଟା ୧୫ ସମୟରେ କାରଖାନାରେ ୨୫ଟି ଡ୍ରମ୍‌ରେ ଥିବା ୨୦୦ ଲିଟର ରାସାୟନିକ ଦ୍ରାବକରେ କୌଣସି କ୍ରିୟା ଘଟି ବିସ୍ଫୋରଣ ଘଟିଥିଲା । କ୍ରମାନ୍ୱୟରେ ୪୦ ଥର ବିସ୍ଫୋରଣ ଘଟି ଫାକ୍ଟ୍ରିଟି ଜଳିଯାଇଥିଲା । ବିସ୍ଫୋରଣର କମ୍ପନ ୧୨ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।

- Advertisement -

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାଇଥିଲେ । ନିଅାଁ ଲିଭାଯାଉଥିବା ସମୟରେ କାରଖାନା ନିକଟ ଆରତୀ ଡ୍ରଗ୍ସରୁ ୩ଟି ଦଗ୍ଧ ଶବ ମିଳିଥିଲା । ସେମାନଙ୍କ ପରିଚୟ ମିଳିପାରି ନାହିଁ ବୋଲି ପାଲଘର ଏସ୍‌ପି ମଞ୍ଜୁନାଥ ସିଂହ ପ୍ରକାଶ କରିଛନ୍ତି । ସେଠାରୁ ୧୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ବୋଇସାର ଏବଂ ଅନ୍ୟ ୩ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟିବାର ଆଶଙ୍କା ରହିଛି ।

ପାଲଘର ଜିଲାପାଳ ପ୍ରଶାନ୍ତ ନାରଣୱାରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି । ଘଟଣାର ତଦନ୍ତ ଚାଲିଛି ଓ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।

ଏମ୍‌ଆଇଡିସି କେମିକାଲ ଫ୍ୟାକ୍ଟ୍ରି ନିକଟ ଅନ୍ୟ ୪ଟି କେମିକାଲ ଫାକ୍ଟ୍ରି ପ୍ରାଚୀ ଇଣ୍ଡଷ୍ଟ୍ରିଜ୍‌, ଭାରତ ରସାୟନ, ଆରତୀ ଇଣ୍ଡଷ୍ଟ୍ରିଜ୍‌, ୟୁନିମାକ୍ସ ଆଣ୍ଡ ଓଦର୍ସ ସମ୍ପୂର୍ଣ୍ଣ କିମ୍ବା ଆଶିଂକ ଭାବେ ନଷ୍ଟ ହୋଇଯାଇଛନ୍ତି । ବିସ୍ଫୋରଣର କମ୍ପନ ୧୨ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କେମିକାଲ ଫ୍ୟାକ୍ଟ୍ରି ନିକଟ ଘରର ଝରକା ଓ କବାଟ କାଚ ସବୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories