www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ସନ୍ଧ୍ୟାରେ ଆଡ଼ପମଣ୍ଡପ ବିଜେ

ପୁରୀ : ପୁରୀରେ ପ୍ରବଳ ବର୍ଷା। ରାସ୍ତଘାଟରେ ପାଣି। ବଡ଼ଦାଣ୍ଡରେ ମଧ୍ୟ ପ୍ରବଳ ପାଣି ଜମି ରହିଛି। ଭଜନ, କୀର୍ତ୍ତନ ଓ ନୃତ୍ୟଗୀତରେ କମ୍ପୁଛି ବଡ଼ଦାଣ୍ଡ । ଶରଧାବାଲି ଲୋକାରଣ୍ୟ ହୋଇଛି । କିଏ ମୁଣ୍ଡରେ ଜଗନ୍ନାଥମୂର୍ତ୍ତି ବସାଇ ନାଚୁଛି ତ ଆଉ କିଏ ଛାତିରେ ଜଗନ୍ନାଥଙ୍କ ଫଟୋ ଧରି ବୁଲୁଥିବା ଦେଖିବାକୁ ମିଳିଛି। ଭକ୍ତମୟ ହୋଇଛି ଗୁଣ୍ଡିଚା ମନ୍ଦିର। ଶରଧାବାଲିରେ ତିନିରଥ। ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୋମବାର ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପକୁ ବିଜେ କରିବେ। ବଳଗଣ୍ଡି ଛକରେ ଅଟକିଥିବା ନନ୍ଦିଘୋଷ ରଥକୁ ଭକ୍ତମାନେ ରବିବାର ଟାଣି ଟାଣି ଶରଧାବାଲିକୁ ଆଣିଥିଲେ । ରଥାରୂଢ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଛି। ପ୍ରବଳ ବର୍ଷାରେ ମହାପ୍ରଭୁ ନିଜେ ଭିଜିବା ସହ ଭକ୍ତଙ୍କୁ ଭିଜାଉଛନ୍ତି। ରଥଉପରେ ମଙ୍ଗଳଆଳତି, ଅବକାଶ, ବେଶ, ଗୋପାଳବଲ୍ଲଭ, ସନ୍ଧ୍ୟାଆଳତି, ସନ୍ଧ୍ୟାଧୂପ ଏବଂ ରାତ୍ରପହୁଡ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କୁ ଜନ୍ମବେଦୀରେ ଦର୍ଶନ କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ।

ସୋମବାର ସନ୍ଧ୍ୟାରେ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ କାଳିଆ ଠାକୁର। ମଙ୍ଗଳବାର ଠାରୁ ସେଠାରେ ଆଡପ ଅବଢା ମିଳିବ। ଆଗାମୀ ୧୮ତାରିଖ ବୁଧବାର ହେରାପଞ୍ଚମୀ, ୧୯ରେ ରଥ ଦକ୍ଷିଣମୋଡ, ୨୧ରେ ସନ୍ଧ୍ୟାଦର୍ଶନ ଅନୁଷ୍ଠିତ ହେବ। ୨୨ତାରିଖ ଦିନ ମହାପ୍ରଭୁ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହୁଡାଯାତ୍ରା କରିବେ। ଶ୍ରୀଜୀଉଙ୍କ ନବଦିନବ୍ୟାପୀ ଘୋଷଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ରଥ ଚତୁଃପାର୍ଶ୍ବରେ ବ୍ୟାରିକେଡ୍‌ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନ ଥିବା ଅଣହିନ୍ଦୁ ଭକ୍ତମାନେ ବଡ଼ଦାଣ୍ଡରେ ଛିଡାହୋଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରୁଛନ୍ତି।  କୌଣସି ଅନଧିକୃତ ବ୍ୟକ୍ତି ଯେପରି ରଥ ଉପରେ ଚଢି ନ ପାରିବେ କିମ୍ବା ମହାପ୍ରଭୁଙ୍କୁ ସ୍ପର୍ଶ ନକରନ୍ତି ସେଥିପାଇଁ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories