www.samajalive.in
Saturday, December 13, 2025
14.1 C
Bhubaneswar

ଆହତ ହାତୀର ଚିକିତ୍ସା ପାଇଁ ଅଣ୍ଟା ଭିଡିଲା ବନବିଭାଗ

ଯୋଡା: ଦୀର୍ଘ ୧୫ଦିନ ହେଲା ହାତୀ ପଲରୁ ବିଚ୍ଛେଦ ହୋଇ ଗୋଟିଏ ଦନ୍ତା ହାତୀ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବୈତରଣ(କ) ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଝରଣ ଜଙ୍ଗଲରେ ଏକୁଟିଆ ଅବସ୍ଥାନ କରୁଥିବାର ଜଣାପଡିଛି। ଦନ୍ତାଟି କୌଣସି କାରଣରୁ ଗୁରୁତର ଆହତ ହୋଇ ଚଲାବୁଲା କରି ପାରୁ ନଥିବା ଜଣା ପଡିଛି। ଦନ୍ତା ହାତୀଟିର ଡାହାଣ ପଟ ଗୋଡର ଉପରି ଭାଗରେ ଗଭୀର କ୍ଷତ ସୃଷ୍ଟି ହୋଇ କ୍ରମଶଃ ସଂକ୍ରମିତ ହେବାରେ ଲାଗିଛି। ଏହି ଖବର ଜାଣିବା ପରେ ଚମ୍ପୁଆ ଫରେଷ୍ଟ ରେଞ୍ଜର ଘନଶ୍ୟାମ ବାରିକଙ୍କ ନେତୃତ୍ୱରେ ଯୋଡା ପଶୁ ଡାକ୍ତରଖାନାର ଡାକ୍ତର ମାଧବ ଚୌଧୁରୀ ହାତୀଟିକୁ ଠାବ କରିଥିଲେ ମଧ୍ୟ ଭୟରେ ତା ନିକଟକୁ ଯାଇପାରି ନଥିଲେ। ହାତୀଟିର କ୍ଷତ ଦିନକୁ ଦିନ ବୃଦ୍ଧି ପାଇବା ସହ ସେ ଅସୁସ୍ଥ ହୋଇ ଯାଉଛି। ବର୍ଷା ଋତୁରେ କ୍ଷତଟି ଗୁରୁତର ରୂପେ ସଂକ୍ରମିତ ହେଉଥିବାରୁ ତୁରନ୍ତ ଚିକିତ୍ସା ନ ପାଇଲେ ହାତୀଟି ଦୁର୍ବଳ ହୋଇ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଦେଖାଦେଇଛି। ଯୋଡ଼ା ବନବିଭାଗ ପକ୍ଷରୁ ହାତୀ ଉପରେ ନିସ୍ତେଜକ ଗୁଳିମାଡ଼ କରାଯାଇ ଚିକିତ୍ସା କରିବାର ଯୋଜନା କରାଯାଇଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories