www.samajalive.in
Friday, December 12, 2025
26.1 C
Bhubaneswar

୨୭ରୁ ପୁରୀ-କୋଣାର୍କକୁ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ବିଶ୍ୱ ପର୍ୟ୍ୟଟନ ଦିବସରେ ପୁରୀ ଏବଂ କୋଣାର୍କକୁ ଗଡ଼ିବ ମୋ ବସ୍। କ୍ରୁଟ୍ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ବସ୍ ଚଳାଚଳ ପାଇଁ ବହୁ ଦିନରୁ ସ୍ଥାନୀୟ ବାସିନ୍ଦା ଦାବିକରି ଆସୁଥିଲେ। ତେବେ ଏହାକୁ ବିଚାରକୁ ନେଇ ବିଶ୍ୱ ପର୍ୟ୍ୟଟନ ଦିବସରେ ମୋ ବସ୍ ସେବା ଆରମ୍ଭ କରିବାକୁ କ୍ରୁଟ୍ ନିଷ୍ପତ୍ତି ନେଇଛି। ରୁଟ୍ ନମ୍ବର- ୫୦ ଏବଂ ୭୦ରେ ମୋ ବସ୍ ଚଳାଚଳ କରିବ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ଯିବ। ସେହିପରି ରାଜଧାନୀ ସହିତ କୋଣାର୍କକୁ ସଂଯୋଗ କରୁଥିବା ରୁଟ୍ ନଂ-୭୦ରେ ବସ୍ ଚଳାଚଳ କରିବ।

ପୁରୀ ଓ କୋଣାର୍କ ପର୍ୟ୍ୟଟନ କ୍ଷେତ୍ରକୁ ଦେଶ ବିଦେଶରୁ ପର୍ୟ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟାତ କରୁଥିବା ଲୋେକ ଏହାଦ୍ୱାରା ଉପକୃତ ହେବେ। ରବିବାର ଗୋଟିଏ ଲେଖାଏଁ ବସ୍ ଉଭୟ ରୁଟ୍ରେ ଚଳାଚଳ କରିବ। ସାଧାରଣ ବସ ସେବା ସୋମବାରଠାରୁ ଆରମ୍ଭ ହେବ। ୨ଟି ଲେଖାଏଁ ବସ୍ ପ୍ରତ୍ୟେକ ରୁଟରେ ଚାଲିବ ବୋଲି କ୍ରୁଟ୍ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

- Advertisement -

ରୁଟ୍ ନମ୍ବର-୫୦ରେ ସକାଳ ସାଢ଼େ ୬ଟା, ୭.୨୦ମିନିଟ୍, ଅପରାହ୍ଣ ୫.୫୦ମିନିଟ୍ ଏବଂ ସନ୍ଧ୍ୟା ୬.୫୦ମିନିଟରେ ମାଷ୍ଟରକ୍ୟାଣ୍ଟିନରୁ ବସ୍ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ। ପୁରୀରୁ ସକାଳ ୮.୨୦ ମିନିଟ୍, ୯.୧୦ ମିନିଟ୍, ରାତି ୭ଟା ଏବଂ ୯ଟାରେ ବସ୍ ବାହାରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଆସିବ। ରୁଟ୍ ନମ୍ବର-୭୦ରେ ସକାଳ ୬.୪୦ମିନିଟ୍, ୭.୪୦ମିନିଟ୍, ଅପରାହ୍ଣ ୫.୪୦ମିନିଟ୍ ଏବଂ ସନ୍ଧ୍ୟା ୬.୪୦ ମିନିଟରେ ବସ୍ ମାଷ୍ଟରକ୍ୟାଣ୍ଟିନରୁ ବାହାରି କୋଣାର୍କ ଅଭିମୁଖେ ଯିବ। ସେହିଭଳି ସକାଳ ୮.୩୦ ମିନିଟ୍, ୯.୩୦ ମିନିଟ୍, ରାତି ୭.୪୦ ମିନିଟ୍ ଏବଂ ୮.୪୦ ମିନିଟରେ ମୋ ବସ୍ କୋଣାର୍କରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍କୁ ଆସିବ। ରୁଟ୍ ନମ୍ବର-୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍ ନମ୍ବର-୭୦ପାଇଁ ୬୦ ଟଙ୍କା ଯାତ୍ରୀଭଡ଼ା ଧାର୍ୟ୍ୟ କରାଯାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories