www.samajalive.in
Thursday, December 11, 2025
14.1 C
Bhubaneswar

ଅସହାୟ ବୃଦ୍ଧାଙ୍କ ପାଇଁ ଦରମାରୁ ଘର ତୋଳିଲେ କାର୍ୟ୍ୟ ନିର୍ବାହୀ ଅଧିକାରୀ

ମାଥିଲି: ଅସହାୟ ବୃଦ୍ଧାଙ୍କ ପାଇଁ ନିଜ ଦରମା ଅର୍ଥରୁ ଘର ତୋଳି ଦେଇଛନ୍ତି କାର୍ୟ୍ୟନିର୍ବାହୀ ଅଧିକାରୀ। ଏହି ଅଧିକାରୀଙ୍କ ଏଭଳି ମାନବିକତା ନେଇ ଏବେ ଜିଲାବ୍ୟାପୀ ପ୍ରଶଂସାର ସୁଅ। ମାଲକାନଗିରି ଜିଲା ମାଥିଲି ସଦର ବନ୍ଧ ସାହିରେ କେ.ଲକ୍ଷ୍ମୀ(୬୫)ନାମକ ଜଣେ ମହିଳା ବସବାସ କରନ୍ତି। ଦିନେ ସେ ବ୍ୟବସାୟ ବାଣିଜ୍ୟ କରି ନିଜ ପରିବାର ସହ ହସଖୁସିରେ ରହୁଥିଲେ। ସ୍ୱାମୀ ବହୁ ଦିନରୁ ଆରପାରିକୁ ଚାଲିଯାଇଛି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଝିଅକୁ ଜୟପୁରରେ ବାହା ଦେଇଛନ୍ତି। ପୁଅକୁ ମଧ୍ୟ ବିବାହ କରିଥିଲେ। ନିଜ କୁବୁଦ୍ଧି ଯୋଗୁଁ ପୁଅ ମଦୁଆ ହୋଇଯିବାରୁ ସ୍ତ୍ରୀ ତାକୁ ଛାଡି ତା’ ବାପା,ମା’ ଘରକୁ ଚାଲିଯାଇଛି। ବୟସାଧିକ ଯୋଗୁଁ ଲକ୍ଷ୍ମୀ ବ୍ୟବସାୟ କରିପାରୁନାହିଁ। ବେଳେବେଳେ ଲକ୍ଷ୍ମୀ ଜୟପୁର ଯାଇ ଝିଅ ପାଖରେ ରହୁଥିଲେ। ତାଙ୍କର କିଛି ଆୟ ନ ଥିବାରୁ ପୁଅ, ଝିଅ, ଜ୍ୱାଇଁ ମଧ୍ୟ ଲକ୍ଷ୍ମୀଙ୍କୁ ଆଉ ପଚାରୁନାହାନ୍ତି। ମଦୁଆ ପୁଅ କୁଡ଼ିଆ ଘରର ଜିନିଷ ପତ୍ର ମଦ ପାଇଁ ବିକି ଦେଇଛି। ଲକ୍ଷ୍ମୀଙ୍କ ରହିବା ପାଇଁ ବି ଘର ନାହିଁ। ଖାଇବା ପିଇବାରେ ଘୋର ଅସୁବିଧା।

ଗତ ଦୁଇ ମାସ ତଳେ ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ମୀ ଗୋଟିଏ ଫାଷ୍ଟଫୁଡ ଦୋକାନ ଆଗରେ ଜୀବନ ବିତାଉଥିଲେ। ଯେଉଁ ଦିନ ଯିଏ ଯାହା ଦେଉଥିଲେ ଖାଉଥିଲେ ନ ହେଲେ ଭୋକ ଉପାସରେ ପଡ଼ି ରହୁଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନ ଲକ୍ଷ୍ମୀଙ୍କୁ ଉଦ୍ଧାର କରିବା ପାଇଁ ତତ୍ପରତା ଦେଖାଇଥିଲା। ଆଜକୁ ଦୁଇମାସ ହେବ ମାଥିଲି ପଞ୍ଚାୟତରେ ଖାଇବା ପିଇବା ଦେଇ ଲକ୍ଷ୍ମୀଙ୍କୁ ରଖାଯାଇଛି। ମହାମାରୀ କରୋନା ଯୋଗୁଁ ଲକ୍ଷ୍ମୀ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଘର ମଧ୍ୟ ହୋଇ ନ ପାରିବାରୁ ଏ ସମ୍ପର୍କରେ ମାଥିଲି ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ଧର୍ମ ପତ୍ନୀ ଝୁନୁ ମହାରଣା ଜାଣିପାରି ତାଙ୍କ ସ୍ୱାମୀଙ୍କୁ ଲକ୍ଷ୍ମୀ ପାଇଁ ଗୋଟିଏ ଘର କରିବା ପାଇଁ କହିଥିଲେ। ନିଜ ପତ୍ନୀଙ୍କ କଥାକୁ ରଖି ଲକ୍ଷ୍ମୀ ପାଇଁ ନିଜ ଦରମାରୁ ୧୦ଫୁଟରେ ୧୫ଫୁଟର ଘରଟିଏ ତୋଳି ଲକ୍ଷ୍ମୀ ମୁହଁରେ ହସ ଫୁଟାଇଛନ୍ତି। ଶୁକ୍ରବାର ସରପଞ୍ଚ ଗୌରୀ ବଟେ, ଜିଲା ପରିଷଦ ସଭ୍ୟ ଵାଲାରାଜୁ କୋପେ ଓ ପିଇଓ ଅଶୋକ ମହାରଣା ଲକ୍ଷ୍ମୀଙ୍କୁ ନୂଆ ଘରକୁ ନେଇଥବା ଜଣାପଡିଛି। ଅଶୋକ ମହାରଣା ଓ ତାଙ୍କ ପତ୍ନୀଙ୍କ ଏଭଳି କାର୍ୟ୍ୟ ପାଇଁ ସାଧାରଣରେ ପ୍ରସଂଶା କରାଯାଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories