www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦ୍ରର କୃଷି ବିଲ୍‍କୁ ବିରୋଧ କରି ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଦ୍ୱାରା ବାଚନିକ ଭୋଟରେ ରାଜ୍ୟ ସଭାରେ ପାରିତ ହୋଇଥିବା ନୂତନ କୃଷି ବିଲକୁ ବିରୋଧ କରି ବୌଦ୍ଧଜିଲା ସିପିଆଇ ପକ୍ଷରୁ ବୌଦ୍ଧ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ମୋଦୀ ସରକାର ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମନୀତିକୁ ଜନସାଧାରଣଙ୍କ ବିପକ୍ଷରେ ଏବଂ କର୍ପୋରେଟ ସ୍ୱାର୍ଥରେ ପରିିଣତ କରିସାରିଲା ପରେ ବର୍ତ୍ତମାନ ଭାରତର ଆତ୍ମା, ଯେଉଁଥିରେ ଭାରତର ୮୦ ପ୍ରତିଶତ ଲୋ ନିୟୋଜିତ, ସେହି କୃଷି କ୍ଷେତ୍ରକୁ କର୍ପୋରେଟ ସପକ୍ଷରେ ପାର୍ଲାମେଣ୍ଟରେ ବିନା ଆଲୋଚନାରେ ବାଚନିକ ଭୋଟରେ ପାରିତ କରାଇ ଦେଶର ଚାଷୀମାନଙ୍କ ଦାଣ୍ଡର ଭିକାରୀ ସଜାଇବାକୁ ଉଦ୍ୟମ କରିବା ପ୍ରତିବାଦରେ ଦେଶର ୩୦୦ରୁ ଊର୍ଦ୍ଧ୍ବ ଚାଷୀ ସଂଗଠନ ଓ କମ୍ୟୁନିଷ୍ଟ ଦଳଙ୍କ ପକ୍ଷରୁ ଆହୁତ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ସିପିଆଇ ପକ୍ଷରୁ ୯ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ମନୋଭାବକୁ ନିନ୍ଦା କରାଯିବା ସହିତ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ପ୍ରଧାନ, ପ୍ରଦୀପ ମହାକୁଡ, ପ୍ରଦୀପ କୁମାର ସାହୁ, ବିମ୍ବାଧର ମୁଖୀ, ନରେନ୍ଦ୍ର ସିଂହ, ଦୁଃଖୀଶ୍ୟାମ ମହାକୁଡ, ରଂଜନ ରଣବିଡା ଓ ଭୀମସେନ ଘିବେଲାଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ବ ସିପିଆଇ ସଭ୍ୟ ଯୋଗଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories