www.samajalive.in
Saturday, December 6, 2025
15.1 C
Bhubaneswar

ସମବାୟ ବ୍ୟାଙ୍କରେ ଚାଷୀଙ୍କ ନାମରେ ଋଣ ଜାଲିଆତି ସଂପର୍କରେ ବିଜ୍ଞପ୍ତି ପ୍ରକାଶ ନକଲେ ଚାଷୀ ଆନ୍ଦୋଳନ ଚେତାବନୀ

ଆଠଗଡ : କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଆଠଗଡ ବ୍ଲକରେ ସମସ୍ତ ପ୍ରାଥମିକ ସମବାୟ ବ୍ୟାଙ୍କରେ ଚାଷୀଙ୍କ ନାମରେ ବ୍ୟାପକ ଋଣ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ବିଜେଡି ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଗୁରୁଡିଝାଟିଆ, ଛଅଗାଁ ଅଞ୍ଚଳରେ କୃଷି ସେବା ସମବାୟ ସମିତିର ଗୁଡିିକରେ କିପରି ଦୀଘ ର୍ବର୍ଷ ଧରି ଚାଷୀମାନଙ୍କ ନାମରେ ଋଣ ଜାଲିଆତି କରି ଅର୍ଥ ଆତ୍ମସାତ କରାଯାଇଛି ତାର ପ୍ରମାଣ ସହ ରାଜ୍ୟ ସମବାୟ ବିଭାଗରେ ରେଜିଷ୍ଟରଙ୍କୁ ଅବଗତ କରି ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା। ଆଠଗଡ ବ୍ଲକରେ ଥିବା ୨୬ଗୋଟି ପ୍ରାଥମିକ ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ଋଣ ଜାଲିଆତି କରି ଚାଷୀଙ୍କ ଅର୍ଥ ହଡପ କରାଯାଇଛି। ନିର୍ଦ୍ଧିଷ୍ଟ ପ୍ରମାଣ ସହିତ ସମବାୟ ରେଜିଷ୍ଟାଙ୍କୁ ଦାବିପତ୍ର ଦେବା ପରେ ରେଜିଷ୍ଟାର ତାଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୨୫୧ ତା ୧୬.୦୯.୨୦୨୦ରେ ଆଠଗଡ ସହକାରୀ ସମବାୟ ନିବନ୍ଧକଙ୍କୁ ଚାଷୀଙ୍କ ଋଣ ସଂପର୍କୀତ ସମସ୍ତ ତଥ୍ୟର ୭ଦିନ ମଧ୍ୟରେ ପ୍ରତି ଫ୍ୟାକ୍ସର ନୋଟିସ ବୋର୍ଡରେ ଚାଷୀଙ୍କ ଗୋଚରାର୍ଥେ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଠଗଡ ସମବାୟ ଉପନିବନ୍ଧକ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କଲେନାହିଁ। ତେଣୁ ଆଜି ଅଭୟ ବାରିକଙ୍କ ନେତୃତ୍ୱରେ ଚାଷୀମାନଙ୍କର ଏକ ପ୍ରତିନିଧି ଦଳ ସମବାୟ ଉପନିବନ୍ଧକଙ୍କୁ ଏକ ସ୍ମାରକପତ୍ର ଦେଇ ଆସନ୍ତା ୭ଦିନ ମଧ୍ୟରେ ଋଣ ସଂପର୍କୀତ ବିଜ୍ଞପ୍ତି ପ୍ରକାଶ ନକଲେ ଅନଶନ ଓ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories