ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଏକ ବହି ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣା ଘଟିଛି ରାଉରକେଲା ସେକ୍ଟର ୧୮ ଡେଲିମାର୍କେଟ ରାସ୍ତା ପାର୍ଶ୍ୱରେ। ଏଠାରେ ଥିବା ଅଖିଳ ମୋହନ ସାହୁଙ୍କ ବହି ଦୋକାନରେ ରାତି ପ୍ରାୟ ୩ଟା ୩୦ରେ ନିଆଁ ଲାଗିଥିଲା। ଆରଏସପିର ଦମକଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସମସ୍ତ ବହି, ଖାତା ଓ ଅନ୍ୟ ସାମଗ୍ରୀ ପୋଡି ଭସ୍ମୀଭୂତ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Popular Categories



