www.samajalive.in
Sunday, December 14, 2025
23.1 C
Bhubaneswar

ଆରଟିଆଇ ଆଇନରେ ଆସିପାରେ ସଂଶୋଧନ

ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ସୂଚନା ଅଧିକାର ଆଇନ୍‍ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏ ସମ୍ପର୍କିତ ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଥିବା ବେଳେ ପାରିତ ହେବା ପାଇଁ ଗୃହରେ ଉପସ୍ଥାପନ କରାଯିବ। ଆରଟିଆଇ ଅଧିକାରୀଙ୍କ ବେତନ ହାରରେ ସଂଶୋଧନ ଉଦ୍ଦେଶ୍ୟରେ ଆରଟିଆଇ ଆଇନ ୨୦୦୫ରେ ସଂଶୋଧନ ଅଣାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। କିନ୍ତୁ ସେହି ଆଳରେ ଆଇନକୁ ସରକାର ଦୁର୍ବଳ କରିପାରନ୍ତି ବୋଲି ବିରୋଧୀ ଓ ସୂଚନା ଅଧିକାର କର୍ମୀମାନେ ଆଶଙ୍କା କରୁଛନ୍ତି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରର ମୁଖ୍ୟ ସୂଚନା ଅଧିକାର ଆୟୁକ୍ତ ଓ କେନ୍ଦ୍ର ନିର୍ବାଚନ ଆୟୁକ୍ତଙ୍କ ଦରମା ସମାନ ହୋଇଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହିତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସମାନ ଦରମା ପାଉଛନ୍ତି। ଦରମାରେ ଥିବା ଏହି ସଂଗତି ଯୋଗୁଁ ସରକାରୀ କାର୍ଯ୍ୟକାରିତାରେ କେତେକ ଅସ୍ୱସ୍ଥିକର ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆସିବା ପରେ ସରକାର ଆଇନରେ ସଂଶୋଧନ ଆଣିବା ପାଇଁ ଚିନ୍ତା କରୁଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories