www.samajalive.in
Saturday, December 6, 2025
17.1 C
Bhubaneswar

ଓଡିଶା ଜମିରେ ଛତିଶଗଡର ଜବରଦଖଲ ଅଭିଯୋଗ

ନବରଙ୍ଗପୁର: ଓଡ଼ିଶା ଜମିରେ ଛତିଶଗଡ଼ର ଦାଦାଗିରି, ସୀମା ପାର କରି ଚାଷ ଜମି ଜବରଦଖଲ କରିବାର ପ୍ରୟାସ ତାହା ମଧ୍ୟ ସରପଞ୍ଚଙ୍କ ନେତୃତ୍ୱରେ। ଏହିପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲରୁ। ଓଡ଼ିଶା ଓ ଛତିଶଗଡ଼ର ସୀମା ଏହିଠାରେ ପ୍ରାକୃତିକ ସୀମା ପଥର ଚିହ୍ନ ଦୁଇ ରାଜ୍ୟର ସୀମାକୁ ସ୍ଵାଧୀନତା ପର ବିଭାଜିତ କରି ଆସୁଛି ସ୍ଥାନୀୟ ଉଭୟ ରାଜ୍ୟର ଲୋକ ମାନେ ଏହିଠାରେ ଚାଷ ବାସ କରି ଆସୁଛନ୍ତି ଆଗରୁ କେବେ ବିବାଦ ଦେଖା ଯାଇ ନ ଥିଲା କିନ୍ତୁ ସୀମାନ୍ତ ମିର୍ମିଣ୍ଡା ଗ୍ରାମର ଲୋକ ମାନେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରଥମ ଥର ଓଡ଼ିଶା ସୀମା ଭିତରେ ପ୍ରବେଶ କରି ବିବାଦ ସୃଷ୍ଟି କରିଛନ୍ତି। ଫସଲ ନଷ୍ଟ କରି ସୀମା ନିର୍ଦ୍ଧାରଣ କରି ରାସ୍ତା ତିଆରି କରିଛନ୍ତି।

ଛତିଶଗଡ଼ ସହ ଓଡ଼ିଶାର ମହାନଦୀ ଜଳବିବାଦ, ତେଲ ନଦୀରୁ ପାଣି ଶୋଷିବା କିମ୍ବା ନୂଆପଡ଼ା ଜିଲ୍ଲାରେ ଅନାଧିକାର ପ୍ରବେଶ ଭଳି ବିବାଦ ର ସମାଧାନ ହୋଇ ନଥିବା ବେଳେ ଏବେ ପୁଣି ନବରଙ୍ଗପୁର ଜିଲ୍ଲାର ରାଇଘର ତହସିଲ କୁରବେଲା ଗ୍ରାମ ନିକଟରେ ଓଡ଼ିଶା ସୀମା ଲଙ୍ଘନ କରି ଦାଦାଗିରି ଦେଖାଇବା ଦେଖାଯାଇଛି, ଏହି ଗ୍ରାମ ନିକଟରେ ଚାଳିଶି ରୁ ପଚାଶ ଫୁଟ ଭିତରକୁ ପଶି ଆସି ଚାଷ ନଷ୍ଟ କରିବା ସହ ଚିହ୍ନଟ କରି ଏହା ଛତିଶଗଡ଼ର ସୀମା ବୋଲି ଦାବି କରିଛନ୍ତି। ଚାଳିଶିରୁ ପଚାଶ ଫୁଟ ଓସାରରେ ଦୁଇରୁ ତିନି କିଲୋ ମିଟର ଲମ୍ବ ପଯ୍ୟନ୍ତ ନିଜ କବଜ୍ଜାକୁ ନେବା ଚେଷ୍ଟା କରିବା ସହ ଏହି ଜମି ମାନଙ୍କରେ ହୋଇଥିବା ବିଭିନ୍ନ ଫସଲ ନଷ୍ଟ କରିଥିବା ଜଣାପଡିଛି। ତେବେ ଏହି ଆନାଧିକାର ପ୍ରବେଶକୁ ନେଇ ଗ୍ରାମବାସୀ ସ୍ଥାନୀୟ ଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଛି ଓ ରାଜସ୍ବ ବିଭାଗ କୁ ଅବଗତ କରାଇ ଥିବା ବେଳେ ଛତିଶଗଡ଼ ଓଡ଼ିଶା ଭିତରକୁ ପ୍ରବେଶ କରିଥିବା ସ୍ବୀକାର କରିଛନ୍ତି ଜିଲ୍ଲା ପ୍ରଶାସନ।

- Advertisement -

ସୀମା ବିବାଦ ଭିତରେ ସୀମାରେ ଥିବା ଚାଷୀ ବହୁତ କ୍ଷତି ସହିଛନ୍ତି ଜମି କବଜ୍ଜା କରିବା ଆଳରେ ଚାଷ ନଷ୍ଟ କରିଦେଇଛନ୍ତି। ଗୋଟିଏ ପଟେ ଓଡ଼ିଶା ଆର ପଟେ ଛତିଶଗଡ଼ ସୀମା ର ଦୁଇ ପାଖରେ ଚାଷ ହେଉଛି କିନ୍ତୁ କିଛି ଦିନ ତଳେ ଛତିଶଗଡ଼ ପ୍ରାୟ ତିନି ଶହ ଲୋକ ଆମ ସୀମା ଭିତରେ ଆସି ଚାଷ ନଷ୍ଟ କରି ଜବର ଦଖଲ କରିଛନ୍ତି ବୋଲି କୁରୁବେଲା ଗ୍ରାମର ଘାଷିଆ ଗଣ୍ଡ ସହଦେବ ଗଣ୍ଡ, ଶ୍ୟାମ ଗଣ୍ଡ,, ନର୍ସିଙ୍ଗ ଗଣ୍ଡ ପ୍ରମୁଖ ଅଭିଯୋଗ କରିଛନ୍ତି।

ବର୍ଷ ବର୍ଷ ଧରି ଏହି ଜମିରେ ଚାଷ କରି ଆସୁଥିଲେ ପଟ୍ଟା ପାଉତି ମଧ୍ୟ ଅଛି, ସ୍ଥାନୀୟ ବାସିନ୍ଦା କିନ୍ତୁ ଏହି ଘଟଣା ପଛରେ ସିଧାସଳଖ ମିର୍ମିଣ୍ଡା ପଞ୍ଚାୟତ ର ସରପଞ୍ଚ କୁ ଦାୟୀ କରିଛନ୍ତି ତାଙ୍କ ଇଙ୍ଗିତ ରେ ଚଳିତ ବର୍ଷ ପ୍ରଥମ କରି ଜବର ଦଖଲ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏହି ସମ୍ପର୍କ ରେ ଗତ କିଛି ଦିନ ତଳେ ଅଭିଯୋଗ ଆସିଥିଲା ରାଜସ୍ବ ବିଭାଗ ଓ ପୋଲିସ ତରଫରୁ ତଦନ୍ତ କରାଯାଇଛି ଫସଲ ନଷ୍ଟ କରିଥିବା ଜଣାପଡିଛି କିନ୍ତୁ ସୀମା ରେ ଥିବା ପଥର ଚିହ୍ନ କୁ କିଛି ନଷ୍ଟ କରି ନଥିବା କହି ଛନ୍ତି , ଏହି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ରାଇଘର ତହସିଲଦାର ତୁଷାର ଜ୍ୟୋତି ରଞ୍ଜନ। ପ୍ରଶାସନିକ ଅଧିକାରୀ ଛତିଶଗଡ଼ ର ଲୋକ ମାନେ ଓଡ଼ିଶା ସୀମା ଭିତରକୁ ମାଡ଼ି ଆସିଥିବା କଥା ସିଧା ସଳଖ କିଛି କହି ନଥିଲେ ମଧ୍ୟ ପରୋକ୍ଷ ରେ ଜବର ଦଖଲ କରି ରାସ୍ତା ତିଆରି କରିଥିବା କଥାକୁ ସ୍ବୀକାର କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories