www.samajalive.in
Saturday, December 13, 2025
21.1 C
Bhubaneswar

ବାରଭାୟା ଜଙ୍ଗଲରେ ମାଓବାଦୀଙ୍କ ମେଳି !

ନରସିଂହପୁର:  କଟକ ଜିଲା ଅନ୍ତର୍ଗତ ନରସିଂହପୁର ନିକଟବର୍ତ୍ତୀ ବାରଭାୟା ଜଙ୍ଗଲରେ ମାଓବାଦୀଙ୍କ ମେଳି ହୋଇଥିବା ,କ ବିଶ୍ୱସ୍ତସୂତ୍ରରୁ ଜଣାପଡିଛି। ଜଙ୍ଗଲ ନିକଟସ୍ଥ କମଲାଡିହ, ମର୍ଦ୍ଦମେଖ, ରେଗେଡା ଆଦି ଗ୍ରାମକୁ ଆସି ହିନ୍ଦୀ ଓ ଖଣ୍ଡି ଓଡ଼ିଆ କହୁଥିବା କେତେକ ଲୋକ ଦୋକାନରୁ ବିଭିନ୍ନ ଖାଦ୍ୟସାମଗ୍ରୀ କିଣୁଥିବା ଜଣାପଡିଛି। ନାମ ଗୋପନ ରଖି ଜଣେ ଦୋକାନୀ କହିଛନ୍ତି ଯେ, ଖାଦ୍ୟସାମଗ୍ରୀ କିଣୁଥିବା ଲୋକେ ଅଞ୍ଚଳ ବାହାରର ଏବଂ ସେମାନେ ଛତିଶଗଡ଼ି ଭାଷାଭାଷୀ ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେମାନେ ହିନ୍ଦୀ ମିଶା ଓଡ଼ିଆଭାଷାରେ କଥାବାର୍ତ୍ତା କରୁଛନ୍ତି। ରାତିରେ ଆସି ସାମଗ୍ରୀ ମାଗୁଛନ୍ତି। ଜଙ୍ଗଲ ନିକଟସ୍ଥ ଗ୍ରାମବାସୀ ଏହି ମାଓବାଦୀଙ୍କ ସମସ୍ତ ଗତିବିଧି ଜାଣିଥିଲେ ମଧ୍ୟ ଭୟରେ କାହାକୁ କୌଣସି ତଥ୍ୟ ଦେଉନାହାନ୍ତି। ସାତକୋଶିଆ ଅଭୟାରଣ୍ୟ ଅନୁଗୋଳ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଆଠମଲ୍ଲିକ ଆଦି ଅଞ୍ଚଳକୁ ସଂଯୋଗ କରୁଥିବାରୁ ଏବେ ମାଓବାଦୀମାନେ ଏହି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ନରସିଂହପୁର ଥାନା ଅଧିକାରୀ ନିହାରରଞ୍ଜନ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କିଛିଦିନ ତଳେ ଏଭଳି ମାସବାଦୀଙ୍କ ଖବର ଆସିଥିଲା। ସେତେବେଳେ କିଛି ଏସ୍‍ଓଜିଙ୍କ ତାଲିମ ଜଙ୍ଗଲ ମଧ୍ୟରେ ଚାଲିଥିବାରୁ ଏହା ଦେଖି ମାଓବାଦୀମାନେ ପଳାଇ ଯାଇଥିଲେ। ଏବେ ସେମାନେ ପୁଣି ଆସିଥିବା କୌଣସି ଖବର ଆମ ପାଖରେ ନାହିଁ। ତଥାପି ଆପଣଙ୍କ ଠାରୁ ଖବର ପାଇବାପରେ ଆମେ କମ୍ବିଂ କରିବୁ ବୋଲି କହିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories