www.samajalive.in
Saturday, December 13, 2025
21.1 C
Bhubaneswar

ଠିକାଦାରଙ୍କୁ ଉଠାଇ ନେଲା ଏସ୍‍ଟିଏଫ୍

କେନ୍ଦ୍ରାପଡା: ଟିଟୋ ଓ ତା’ ଭାଇ ସହ ସମ୍ପର୍କ ଅଭିଯୋଗରେ ଜଣେ ଠିକାଦାରଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ଶନିବାର ରାତିରେ କେନ୍ଦ୍ରାପଡାରୁ ଉଠାଇ ନେଇଛି। ଗ୍ୟାଙ୍ଗଷ୍ଟର ଟିଟୋକୁ ତୃତୀୟ ଥର ପାଇଁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ତା’ର ବ୍ୟାବସାୟିକ ସଂସ୍ଥା, ଟେଣ୍ଡର ଫିକ୍ସିଂ ଏବଂ ବାଲି ଖାଦାନ ସମ୍ପର୍କରେ ଜେରା କରୁଥିବା ବେଳେ ଗତକାଲି ରାତିରେ ଠିକାଦାର ଶୁଭେନ୍ଦୁ କୁମାର ପତ୍ରୀ ଓରଫ ବାବୁଲାଙ୍କୁ ଏଠାରୁ ଉଠାଇନେଇ ଟିଟୋ ଭାଇ ସପୁ ସହିତ ସମ୍ପର୍କ ଥିବା ଜାଣିବା ପରେ ତାଙ୍କୁ ଗିରଫ କରିଛି।
ଠିକାଦାର ଶୁଭେନ୍ଦୁ ସପୁ ସହାୟତା ନେଇ କେନ୍ଦ୍ରାପଡା ପୌରସଂସ୍ଥାରେ ଅନେକ ଠିକାକାମ କରୁଥିବା ତଦନ୍ତରୁ ଏସ୍‍ଟିଏଫ ଜାଣିବାକୁ ପାଇଥିଲା। ଚଳିତବର୍ଷ ଶୁଭେନ୍ଦୁ ୭ଲକ୍ଷ ଟଙ୍କାରେ ରଥଦାଣ୍ଡ କାର୍ଯ୍ୟ ନିଲାମରେ ନେଇଛନ୍ତି। ଗତବର୍ଷ ନିଲାମ ଅର୍ଥରୁ ୨ଲକ୍ଷ ବାକିଥିବା ସତ୍ତ୍ବେ ତାକୁ ପରିଶୋଧ ନ କରି ସେ ଚଳିତବର୍ଷ ଏହି କାମ ନେଇଥିବା ତଦନ୍ତରୁ ଜଣାପଡିଛି। ସପୁ ସହଯୋଗୀ ଭାବେ ସେ ଟେଣ୍ଡର ଫିକ୍ସିଂ ଏବଂ ବାଲି ଖାଦାନ ହାତେଇ ନେବାରେ ସଂପୃକ୍ତ ଅଛନ୍ତି କି ନାହିଁ କ୍ରାଇମବ୍ରାଞ୍ଚ ସେ ସମ୍ପର୍କରେ ପଚରାଉଚରା କରୁଥିବା ଜଣାପଡିଛି। ସପୁ ବାରମ୍ବାର ତା’ର ସଠିକ୍‍ ଟେଲିଫୋନ ନମ୍ବର ଓ
ରହିବା ସ୍ଥାନ ବଦଳାଉଥିବାରୁ ତା’ର ସନ୍ଧାନ କରିବାକୁ କ୍ରାଇମବ୍ରାଞ୍ଚ ପୁଲିସ ଶୁଭେନ୍ଦୁଙ୍କୁ ଗିରଫ କରିବାପରେ ଜେରା କରୁଥିବା ଜଣାପଡିଛି। ଦୁଇଦିନ ତଳେ ପୂର୍ବତନ କାଉନସିଲର ହିବ୍‍ଜୁ ରହେମନ ଏବଂ ପୂର୍ବତନ ବିଧାୟକ ଇନ୍ଦ୍ରମଣି ରାଉତଙ୍କ ପୁଅ ସଂଜୟ କୁମାର ରାଉତଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ନିକଟରେ ହାଜର ହେବାକୁ ନୋଟିସ କରାଯାଇଥିଲା। ଏହି ନୋଟିସ ପାଇ ଉଭୟ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟାଳୟକୁ ଯାଇଥିଲେ। ହିବ୍‍ଜୁ ରହେମନ ବିଭିନ୍ନ ପ୍ରଶ୍ନ ଉତ୍ତର ଦେଇ କହିଥିଲେ ଯେ ୨୦୧୩ ପର୍ଯ୍ୟନ୍ତ ସେ ଟିଟୋ ସହିତ ଥିଲେ। ଟିଟୋ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବ ବୋଲି ଜେଲ୍‍ରୁ ଫେରି ଘୋଷଣା କରିବାରୁ ସେ ତା’ ସହିତ ସମ୍ପର୍କ ରଖିଥିଲେ; କିନ୍ତୁ ଟିଟୋ ଜେଲରୁ ଫେରିବା ପରେ ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ପୁଣି ସଂପୃକ୍ତ ହୋଇପଡିବାରୁ ସେ ଟିଟୋଠାରୁ ଦୂରେଇ ଯାଇଥିଲେ। ସେହିଭଳି ସଂଜୟ ରାଉତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଟିଟୋ ଦ୍ୱାରା ଗଠିତ ବଳଦେବଜୀଉ ଶ୍ରମିକ ସଂଘର ମଶାକଣି ସଭାରେ ସେ ଭାଷଣ ଦେଇଥିଲେ। ଏହି ଶ୍ରମିକ ସଂଘ ମାଧ୍ୟମରେ ଟିଟୋ ଜିଲାର ବେକାର ଯୁବକଯୁବତୀଙ୍କୁ ଚାକିରି ଦେବାକୁ ପ୍ରଲୋଭିତ କରି ମଶାକଣି ସଭାରେ ୧୦ହଜାରରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ଏକତ୍ର କରାଇପାରିଥିଲା। ତେଣୁ ଜଣେ ରାଜନୈତିକ ବ୍ୟକ୍ତି ହିସାବରେ ସେ ଏହି ସଭାରେ ଟିଟୋ ସଂଘର ଉଦ୍ଦେଶ୍ୟକୁ ପ୍ରଶଂସା କରି ଭାଷଣ ଦେଇଥିଲେ; କିନ୍ତୁ ସେହି ସଭା ପରେ ଟିଟୋ ଅପରାଧମୂଳକ କାର୍ଯ୍ୟରେ ସାମିଲ ହୋଇ ସଂଘର ଉଦ୍ଦେଶ୍ୟଠାରୁ ଦୂରେଇ ଯିବାରୁ ସେ ଟିଟୋଠାରୁ ସମ୍ପର୍କ ଛିନ୍ନ କରିଥିଲେ। ତେବେ ଟିଟୋ ଗିରଫ ହେବା ପରେ ତା’ ଭାଇ ଏବଂ ସମ୍ପର୍କୀୟମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଯେଉଁ ନୋଟିସ ଆସିଛି ତାହା କାହାରିକୁ ଦିଆଯାଇ ପାରୁ ନ ଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories