ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବା ନାମ ଦକ୍ଷତା : ଧର୍ମେନ୍ଦ୍ର

0

ଭୁୁବନେଶ୍ୱର: ଦକ୍ଷତାରେ ବିକାଶ କେବଳ କିଛି ରୋଜଗାର ଓ ଭୌତିକ ସୁଖ ପାଇଁ ବ୍ୟବସ୍ଥା ନୁହେଁ, ବରଂ ସ୍ୱାଭିମାନ ଓ ସମ୍ମାନର ସହ ବଞ୍ଚିବାର ନାମ ହେଉଛି ଦକ୍ଷତା ା ଦକ୍ଷତା କିଛି ନୂଆ ବ୍ୟବସ୍ଥା ନୁହେଁ, ହଜାର ହଜାର ବର୍ଷ ପୂର୍ବରୁ ସମାଜରେ ଏହି ବ୍ୟବସ୍ଥା ପ୍ରଚଳିତ ହୋଇଆସୁଛି ା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦକ୍ଷତାର ଏକ ବଡ ଉଦାହରଣ ବୋଲି କେନ୍ଦ୍ର ​‌େ​‌ପଟ୍ରୋଲିୟମ୍‌ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି
ଆଜି ବିଶ୍ୱ ଯୁବ ଦିବସ ଅବସରରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଇଣ୍ଡିଆ ସ୍କିଲ୍ସ ପୂର୍ବାଞ୍ଚଳ ୨୦୧୮ ପ୍ରତିଯୋଗିତାକୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଲେ, ପୁରୀ ଶ୍ରୀମନ୍ଦିର ନିର୍ମାଣ ପାଇଁ ସେହି ସମୟରେ ସ୍ଥାପତ୍ୟ ବିଦ୍ୟାର ବି​‌େ​‌ଶଷଜ୍ଞ ନିଶ୍ଚିତ ଥିବେ, ଷ୍ଟକ୍ଚରାଲ ଇଞ୍ଜିନିୟର ମଧ୍ୟ ରହିଥିବେ ା ଏହାଛଡା ମନ୍ଦିରର ସୁରକ୍ଷା ପାଇଁ ରସାୟନ ଇଞ୍ଜିନିୟର ମଧ୍ୟ କାମ କରିଥିବେ। ରଥଯାତ୍ରା ପାଇଁ ରଥ ନିର୍ମାଣ ଯେଭଳି ଏକ ବଡ ଦକ୍ଷତା। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ଭଳି ବିଭିନ୍ନ ସେବା ସହ ରୋଜଗାରକୁ ଯୋଡିବାର ବ୍ୟବସ୍ଥା କରାଯିବା ମଧ୍ୟ ଆଉ ଏକ ବଡ ଦକ୍ଷତା । ଦିନେ ଓଡିଶାର ଲୋ​‌େ​‌କ ନିଜର ଉଦ୍ୟମିତା ପାଇଁ ଦକ୍ଷିଣ ପୂର୍ବ ଦେଶକୁ ବୋଇତରେ ଯାଇ ବ୍ୟବସାୟ ବାଣିଜ୍ୟ କରିଥିଲେ, ଆଜି ​‌େ​‌ସହି ରାଜ୍ୟର ଲୋକଙ୍କୁ ରୋଜଗାର କରିବା ପାଇଁ ବିଦେଶକୁ ଯିବାକୁ ପଡୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ୟୁଏଇକୁ ଓଡିଶାରୁ ୨ ଲକ୍ଷ ମାଟ୍ରିକ ପାସ କରି ନ ଥିବା ପିଲା କାମ କରିବାକୁ ଯାଉଛନ୍ତି। ଏମାନଙ୍କୁ ସେଠି ପହଞ୍ଚି କାମ ଶିଖି କାମ କରିବାକୁ ପଡୁଛି। ବାହାରକୁ ଯିବା ପୂର୍ବରୁ ଯଦି ଏମାନଙ୍କୁ କାମ ଶିଖାଇ ଛଡାଯାଆନ୍ତା ତେବେ ସେମାନେ ଦକ୍ଷତା ଅନୁଯାୟୀ ଅଧିକ ରୋଜଗାର କରିପାରନ୍ତେ ​‌େବ​‌ାଲି ସେ କହିଛନ୍ତି ା
ସୋମବାର କଟକ ଜିଲା ବାରଙ୍ଗଠାରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଥିପାଇଁ ସିଙ୍ଗାପୁର ପଲିଟେକନିକ ସହ ଉତ୍ତମ ମାନର ଶିକ୍ଷାଦାନ ପାଇଁ ସହବନ୍ଧନ କରାଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ୧୧୫ଟି ଆକାଂକ୍ଷୀ ଜିଲା ସମେତ ଓଡିଶାର ୧୦ଟି ଜିଲାର ଯୁବ ପିଢିକୁ ରୋଜଗାର ସହ ଯୋଡିବା ପାଇଁ ବିଶେଷ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। କେବଳ ସରକାରୀ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ରାଜ୍ୟରେ ଗଢି ଉଠିଥିବା ଆଇଟିଆଇଗୁଡିକରେ ଉତ୍ତମ ଶିକ୍ଷାର ମାନ ରହୁ ା ଏଥିପାଇଁ ମାନକ ଓ ବ୍ୟବସ୍ଥା ତିଆରି କରିବା ସରକାରଙ୍କ ଦାୟିତ୍ୱ।
ଯଦି ଆଜିର ଯୁବ ପିଢିଙ୍କୁ ରୋଜଗାର ସହ ଯୋଡିବାର ବିଧି ବ୍ୟବସ୍ଥା କରା ନ ଯିବ ତେବେ ଦେଶର ଭବିଷ୍ୟତ ଖରାପ ହେବ। କୌଣସି କାର୍ଯ୍ୟ ଛୋଟ ନୁହେଁ ବା ବଡ ନୁହେଁ। ଯେତେବେଳେ ଯୁବ ପିଢି ଅନୁଭବ କରି ତାହାକୁ କାର୍ଯ୍ୟରେ ପରିଣତ କରିବ ସେତେବେଳେ ଦେଶରେ ଉଦ୍ୟମିତା ବଢିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଡ. କେ.ପି. କ୍ରିଷ୍ଣନ୍‌, ଏମ୍‌ଏସ୍‌ଡିଇର ଯୁଗ୍ମ ସଚି ରାଜେଶ ଅଗ୍ରୱାଲ,ଝୁଥିକା ପଟନାକର, ଜ୍ୟୋତ୍ସ୍ନା ସିତ୍‌ଲିଙ୍ଗ୍‌, ମନୀଷ କୁମାର ଏବଂ ସଞ୍ଜୟ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲୋ ଏହି ଅବସରରେ ଶ୍ରୀ ପ୍ରଧାନ ସ୍କିଲ୍‌ ଇଣ୍ଡିଆ ​‌େପ​‌ାର୍ଟାଲ୍‌ର ଶୁଭାରମ୍ଭ କରାଇଥିଲେ ା କାର୍ଯ୍ୟକ୍ରମରେ ସମସ୍ତ ପ୍ରତିଯୋଗୀଙ୍କୁ ଶପଥପାଠ କରାଯାଇଥିଲା ା

Leave A Reply