www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭା ମନୋନୟନକୁ ନେଇ ରାଜନୀତି ଉଷ୍ମ

ଭୁବନେଶ୍ୱର:ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟ ସଭାକୁ ମନୋନୀତ ହେବା ପ୍ରସଙ୍ଗରେ ବିଜେଡି ମୁଖପାତ୍ରଙ୍କ ବୟାନ ବାଜି ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଥିବାବେଳେ ଏହାକୁ ବିଜେଡ଼ି ଖଣ୍ଡନ କରିଛି। ରାଜ୍ୟ ସରକାର ଶିଳ୍ପୀ ଶ୍ରୀ ମହାପାତ୍ରଙ୍କୁ ପ୍ରଥମେ ରାଜ୍ୟସଭା ପାଇଁ ବାଛିଥିଲେ ଏବଂ ସମସ୍ତ ଉଦ୍ୟମ କରିଥିଲେ। ହେଲେ ବିଜେପି ସେତେବେଳେ ଶ୍ରୀ ମହାପାତ୍ରଙ୍କ ଗୁରୁତ୍ୱ ବୁଝି ନଥିଲା ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି କରିବା ସହିତ ଶ୍ରୀ ଜଗନ୍ନାଥ ପରିଚାଳନା କମିଟିରେ ସଭ୍ୟ ଏବଂ ତାଙ୍କ ନିଜସ୍ୱ କଳା ପ୍ରତିଷ୍ଠାନ ପାଇଁ ୧୦ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ମାତ୍ର ଏବେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇ ବିଜେଡ଼ିକୁ ବଦନାମ କରିବାପାଇଁ ଯେଉଁ ଅପଚେଷ୍ଟା କରୁଛି ତାହା ଠିକ୍‍ ନୁହେଁ। ଏହାବାଦ୍‍ ଦ୍ୱିତୀୟ କୋଣାର୍କ ଗଢ଼ିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହା କେବଳ ରାଜନୀତିକରଣ ବୋଲି ଶ୍ରୀ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଶ୍ରୀ କହିଛନ୍ତି ଯେ, କାଗଜ ପଢି ଟିଭିରେ ବୟାନ ଦେଇ କେହି କେବେ କୌଣସି ରାଜନୈତିକ ଦଳର ପ୍ରବକ୍ତା ସାଜିବାକୁ ଅପଚେଷ୍ଟା କଲେ କେବଳ ଲୋକହସା ହେବାକୁ ପଡିଥାଏ। ଏହା ନିଜର ନିର୍ବୋଧତାକୁ ବୁଝାଏ। ଯେଉଁ ସମୟରେ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେଡି ସମର୍ଥନ ଦେବାର ଆଶା ଦେଇଥିଲା ସେ ସମୟରେ ଶ୍ରୀ ପାତ୍ର କେଉଁ ଦଳରେ ଥିଲେ କି ? କୌଣସି ରାଜନୈତିକ ଦଳର ଆଭିମୁଖ୍ୟ କେଉଁ ସମୟରେ କ’ଣ ଥିଲା ତାହା ସମ୍ପର୍କରେ ମତ ରଖିବା ଆଗରୁ ଦଳର ବରିଷ୍ଠ ନେତାଙ୍କଠାରୁ ପରାମର୍ଶ ନେବା ଦରକାର।
୨୦୧୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳା, ସଂସ୍କୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲେ ବିଜେପି ସମର୍ଥନ ଦେବ ବୋଲି କହିଥିଲେ। ଏହା ପରେ ଶାସକ ବିଜେଡି ଶିଳ୍ପୀଗୁରୁ ଶ୍ରୀ ମହାପାତ୍ରଙ୍କୁ ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ କରିଥିଲା। କିନ୍ତୁ ବିଡମ୍ବନା, ବିଜେପିର ସମସ୍ତ ବିଧାୟକ ଶ୍ରୀ ମହାପାତ୍ରଙ୍କୁ ଭୋଟ ଦେଇଥିବା ବେଳେ ବିଜେଡିର ବିଧାୟକମାନେ କ୍ରସ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇଥିଲେ। ନିଜର ଦୋଷ ଦୁର୍ବଳତାକୁ ଲୁଚାଇ ମିଥ୍ୟା ପ୍ରଚାର କରିବା ବିଜେଡିର ଏକ ପୁରୁଣା ଅଭ୍ୟାସ ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories