www.samajalive.in
Sunday, December 14, 2025
19.1 C
Bhubaneswar

ମହଙ୍ଗା ପଡିଲା କୋଭିଡ ନିୟମ ଅମାନ୍ୟ; ଦୁଇ ଔଷଧ ଦୋକାନ, ଗୋଟିଏ ସପିଂ ମଲକୁ ଆର୍ଥିକ ଦଣ୍ଡ ସହ ୨୪ ଘଣ୍ଟିଆ ସିଲ କଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପରିସ୍ଥିତିକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାରେ ମାସ୍କ ଚେକିଂ ପୁଣିଥରେ ଆରମ୍ଭ ହୋଇଥିବା ବେଳେ ବୁଧବାର ବଲାଙ୍ଗିର ସହରରେ ଥିବା ବଡ ବଡ ଦୋକାନ, ସପିଂ ମଲ ମାନଙ୍କରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଥିଲା। କୋଭିଡ ଗାଇଡଲାଇନକୁ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏକ ସପିଂମଲକୁ ପ୍ରଶାସନ ସିଲ କରିଥିବା ବେଳେ ଦୁଇଟି ବଡ ଔଷଧ ଦୋକାନକୁ ମଧ୍ୟ ୨୪ ଘଣ୍ଟା ପାଇଁ ସିଲ କରାଯାଇଛି।

ବଲାଙ୍ଗିର ସହରରେ ସପିଂମଲ, ଦୋକାନ ମାନଙ୍କରେ କୋଭିଡ ନିୟମ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଲିଥିଲା। ଏନେଇ ଜିଲାପ୍ରଶାସନ, ପୈାରପ୍ରଶାସନ ନୀରବ ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଥିଲା। ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବୁଧବାର ଉପଜିଲାପାଳ ସୁଧାକର ନାୟକଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସପିଂମଲ, ଦୋକାନ ମାନଙ୍କରେ ଅତର୍କିତ ଚଢଉ କରିଥିଲେ। ଭାଗରଥୀ ଛକଠାରେ ଥିବା ଏକ ସପିଂମଲରେ କୋଭିଡ ନିୟମର ଖୋଲା ଉଲ୍ଲଂଘନ କରାଯାଉଥିବାରୁ ଏହି ସପିଂମଲକୁ ୨୪ ଘଣ୍ଟା ପାଇଁ ସିଲ କରାଯାଇଥିଲା। ସେହିପରି ସହରର ଦୁଇଟି ବଡ ଔଷଧ ଦୋକାନ ବିବେକ ମେଡିକାଲ ଓ ସମଲେଶ୍ୱରୀ ମେଡିକାଲ ଷ୍ଟୋରରେ ମଧ୍ୟ ନିୟମ ଉଲ୍ଲଂଘନ କରାଯାଉଥିବାରୁ ଦିନକ ପାଇଁ ଏହି ଦୁଇଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିଲା। ଉକ୍ତ ଟିମ ସହରର ଅନ୍ୟ ସପିଂ ମଲ ଓ ଦୋକାନରେ ମଧ୍ୟ ଚଢଉ କରିଥିଲେ। କିନ୍ତୁ ସେହି ଦୋକାନ, ମଲ ମାନଙ୍କରେ ନିୟମ ଉଲ୍ଲଂଘନର କୈାଣସି ସୁରାକ ପାଇ ନ ଥିଲେ। ବାସ୍ତବରେ କିନ୍ତୁ ଦେଖିବାକୁ ଗଲେ ସହରରେ ଥିବା ପ୍ରାୟ ଦୋକାନ ମାନଙ୍କରେ ନିୟମକୁ ଅମାନ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ସପିଂମଲ ମାନଙ୍କରେ ଅସମ୍ଭାଳ ଭିଡ ରହୁଛି। କିନ୍ତୁ ପ୍ରଶାସନର ଏହି ଚଢଉ ସୂଚନା ପାଇବା ପରେ ଉକ୍ତ ଦୋକାନ ମାଲିକ, ମିଲ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ। ଫଳରେ ସେମାନେ ପ୍ରଶାସନର ଏହି ଚଢଉରୁ ବର୍ତ୍ତିଯାଇଥିଲେ। ଏହି ଚଢଉରେ ଉପଜିଲାପାଳ ଶ୍ରୀ ନାୟକଙ୍କ ସହିତ ପୈାରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories