www.samajalive.in
Saturday, December 13, 2025
14.1 C
Bhubaneswar

ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲକୁ ସଂସଦର ଅନୁମୋଦନ

ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍‍ ୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ଏହା ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍‍ ୨୦୧୦ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନରେ ସଂଶୋଧନ ଆଣିବ। ୨୦୧୦ର ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଅନୁସାରେ ବିଭିନ୍ନ କମ୍ପାନି, ସଂଗଠନ ଓ ବ୍ୟକ୍ତି ବିଶେଷ ବିଦେଶୀ ପାଣ୍ଠି ଗ୍ରହଣ କରିବା ଓ ତାର ବ୍ୟବହାର କରିବାକୁ ନିୟନ୍ତ୍ରଣ କରାଯାଉଥିଲା। କୌଣସି ବିଦେଶୀ ଅନୁଦାନ ମଧ୍ୟରେ ବିଦେଶରୁ ଆସୁଥିବା ଦାତବ୍ୟ ଅର୍ଥ, ବିଦେଶରୁ ଅର୍ଥ ହସ୍ତାନ୍ତର ଓ ଅନ୍ୟାନ୍ୟ ପ୍ରତିଭୂତି ଅନ୍ତର୍ଭୁକ୍ତ।

ଏହି ବିଲ୍‍ ଅନୁସାରେ ସରକାରୀ କର୍ମକର୍ତ୍ତାମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ଅନୁମତି ନେବା, ପଞ୍ଜିକରଣ କରିବା, ପଞ୍ଜିକରଣର ନବୀକରଣ କରିବା ପାଇଁ ପ୍ରତ୍ୟେକଙ୍କୁ ଆଧାର ନମ୍ବର ଦେବାକୁ ହେବ। ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଜମାଖାତାକୁ ସେହି ଅର୍ଥ କେବଳ ଆସି ପାରିବ। ବିଲ୍‍ ସଂକ୍ରାନ୍ତୀୟ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଦେଶୀ ଅନୁଦାନ ଯେପରି ଦେଶର ସାମାଜିକ, ରାଜନୈତିକ ବାତାବରଣକୁ ପ୍ରଭାବିତ ନ କରେ, ଏହି ବିଲ୍‍ ଆଣିବା ପଛରେ ତାହା ମୂଳ ଲକ୍ଷ୍ୟ ରହିଛି। ସେ କହିଛନ୍ତି, ଏହି ବିଲ୍‍ ବିଦେଶୀ ଅନୁଦାନ ଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବ।

- Advertisement -

ବିଲ୍‍ ଉପରେ ଆଲୋଚନା ଆରମ୍ଭ କରି ବିଜେପିର ଅରୁଣ ସିଂ କହିଥିଲେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଏହା ଏକ ଅତି ଉତ୍ତମ ପଦକ୍ଷେପ, ଯାହାଦ୍ୱାରା ବିଦେଶରୁ ଆସୁଥିବା ପାଙଋିକୁ ତଦାରଖ କରାଯାଇ ପାରିବ। ସେ କହିଛନ୍ତି, ଅନେକେ ଏନ୍‍.ଜି.ଓ. ବିଦେଶୀ ପାଣ୍ଠିର ଅପବ୍ୟବହାର କରୁଥିବାରୁ ଏହି ବିଲ୍‍ ଆଣିବା ଅପରିହାର୍ଯ୍ୟ ହୋଇପଡ଼ିଛି। ବିଜୁ ଜନତା ଦଳର ପ୍ରଶାନ୍ତ ନନ୍ଦ କହିଛନ୍ତି , ବିଦେଶୀ ଅନୁଦାନକୁ ଅନ୍ୟ ବାବଦରେ ଖର୍ଚ୍ଚ କରାଯିବା କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ତେବେ ସେ ଏକଥା ମଧ୍ୟ କହିଛନ୍ତି, କୌଣସି ପ୍ରକାରର ଅନିୟମିତତା ସହ ସଂପୃକ୍ତ ନଥିବା ଏନ୍‍.ଜି.ଓ ଗୁଡ଼ିକୁ ବିଭିନ୍ନ ସଂସ୍ଥା ଦ୍ୱାରା ହଇରାଣ ହରକତ କରାଯିବା ଉଚିତ ନୁହେଁ। ବିଲ୍‍କୁ ସମର୍ଥନ କରି ଜେଡିୟୁ ନେତା ଆର୍‍.ସି.ପି. ସିଂ କହିଛନ୍ତି, ଏ ସଂକ୍ରାନ୍ତ ତଦାରଖ ବ୍ୟବସ୍ଥାକୁ ଏାହି ଆଇନ ଅଧିକ ମଜବୁତ କରିବ। ଏ.ଆଇ.ଏ.ଡିଏମ୍‍.କେର ଏସ୍‍.ଆର. ବାଳସୁବ୍ରମନ୍ୟନ୍‍, ସ୍ୱପନ ଦାସଗୁପ୍ତା, ଟି.ଡି.ପି.ର କେ. ରବିନ୍ଦ୍ରକୁମାର ବିଲ୍‍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରିଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories