www.samajalive.in
Saturday, December 13, 2025
26.1 C
Bhubaneswar

ପଥର ଛେଚି ରାଜମିସ୍ତ୍ରୀଙ୍କୁ ହତ୍ୟା

ଛତ୍ରପୁର: ପଥରରେ ଛେଚି ଜଣେ ରାଜମିସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚମାଖଣ୍ଡି ଥାନା ଅନ୍ତର୍ଗତ ନୂଆନଗରଡିହ ଚାରଣ ପଡିଆରୁ ମୃତଦେହ ଉଦ୍ଧାର ପରେ ଏଭଳି ଅଭିଯୋଗ ହୋଇଛି। ରାଜମିସ୍ତ୍ରୀଙ୍କ ମୁଣ୍ଡଟି କ୍ଷ!ତବିକ୍ଷତ ହୋଇଥିବାରୁ ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି। ମୃତକ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗ୍ରାମର ବି.ଏଙ୍କା ରେଡ୍ଡୀ (ରାଜମିସ୍ତ୍ରୀ)। ସେ ଗତକାଲି ସନ୍ଧ୍ୟାରେ ପତ୍ନୀଙ୍କ ସହ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ରାତିରେ ହିଁ କୌଣସି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା
କରାଯାଇଥିବା ପୁଲିସ ଅନୁମାନ କରୁଛି।
ଘଟଣାସ୍ଥଳରେ ଗୋପାଳପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଚମାଖଣ୍ଡି ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନିକଟରେ ପଡିଥିବା ପଥର, ମୋବାଇଲ ଏବଂ ଜୋତାକୁ ଜବତ କରାଯାଇଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍‍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ରକ୍ତଭିଜା ମାଟି ନମୁନା ସଂଗ୍ରହ କରିଛନ୍ତି। ଚମାଖଣ୍ଡି ଥାନାରେ ଏ ସଂକ୍ରାନ୍ତରେ ମୃତ ଏଙ୍କା ରେଡ୍ଡୀଙ୍କ ପୁଅ ବି.ଦଣ୍ଡପାଣି ରେଡ୍ଡୀ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ୬୬/୨୦୧୮ରେ ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛନ୍ତି। ମୃତ ଏଙ୍କା ରେଡ୍ଡୀ ୨୦୧୪ ମସିହାରେ ଏକ ହତ୍ୟା ମାମଲାରେ ଜଡିତ ହୋଇ ଜେଲ ଯାଇଥିଲେ। ପରେ ସେ ଜାନୁୟାରୀ ମାସରେ ଜେଲରୁ ଆସିଥିଲେ।
ମୃତ ବି.ଏଙ୍କା ରେଡ୍ଡୀ ଜଣେ ରାଜମିସ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀ ମୂଲିଆ ଭାବେ କାର୍ଯ୍ୟ କରନ୍ତି। ସବୁଦିନ ଭଳି ଗତକାଲି ପତି-ପତ୍ନୀ କେତେକ ମୂଲିଆଙ୍କ ସହ ମିଶି କାମସାରି ଏକ ଟାଟା ମ୍ୟାଜିକ୍‍ ଗାଡି ଯୋଗେ ଆସୁଥିଲେ। ସନ୍ଧ୍ୟାରେ ସେମାନେ ଓହ୍ଲାଇଥିଲେ। ତେବେ ସ୍ତ୍ରୀ ଗାଁକୁ ଯାଇଥିଲେ ହେଁ ଏଙ୍କା ଗାଁକୁ ଯାଇନଥିଲେ। ମୋବାଇଲ ସୁଇଚ ଅଫ ହୋଇଯାଇଥିବାରୁ ପରିବାର ଲୋକେ ରାତିରେ ତାଙ୍କ ସହ ଯୋଗାଯୋଗ କରିନପାରି ନାନା ଆଶଙ୍କାରେ ରହିଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଠାବ ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories