www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ପରିସ୍ଥିତି ନେଇ ୭ଟି ରାଜ୍ୟ ସହ ଆଲୋଚନା କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ କରୋନା ସଂକ୍ରମଣ ହୋଇଥିବା ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପରିସ୍ଥିତିର ସମୀକ୍ଷା କରିବେ। ଏହି ବୈଠକରେ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ତଥା ପରିଚାଳନାର ସମୀକ୍ଷା କରାଯିବ। ସେହି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦେଶର ମୋଟ୍‍ ସଂକ୍ରମଣର ୬୩ ପ୍ରତିଶତରୁ ଅଧିକ ରୋଗୀ ରହିଛନ୍ତି।

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ର୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ରହିଛି। ସେଗୁଡ଼ିକରେ ମଧ୍ୟ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ମଧ୍ୟରୁ ୬୫.୫ ପ୍ରତିଶତ ରୋଗୀ ରହିଛନ୍ତି ଓ ମୋଟ୍‍ ମୃତ ଲୋକଙ୍କ ମଧ୍ୟରୁ ୭୭ ପ୍ରତିଶତ ରହିଛନ୍ତି। ଏହାଛଡ଼ା ଅନ୍ୟ ୫ଟି ରାଜ୍ୟ ସହିତ ପଞ୍ଜାବ ଓ ଦିଲ୍ଲୀରେ ନୂଆକରି ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ଜଣାପଡ଼ିଛି। ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁହାର ଅଧିକ ରହିବା ସହ ଏହା ୨ ପ୍ରତିଶତକୁ ଅତିକ୍ରମ କରିଛି।

- Advertisement -

ପଞ୍ଜାବ ଓ ଉତ୍ତରପ୍ରଦେଶ ବ୍ୟତୀତ ସେଗୁଡ଼ିକର ସଂକ୍ରମିତ ହାର ମଧ୍ୟ ଜାତୀୟ ସଂକ୍ରମିତ ହାର ୮ଦଶମିକ ୫/୨ ପ୍ରତିଶତଠାରୁ ଉପରେ ରହିଛି। କେନ୍ଦ୍ର ସରକାର କରୋନା ସଂକ୍ରମଣର ମୁକାବିଲାରେ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି। ରାଜ୍ୟମାନେ ସେମାନଙ୍କର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ମୌଳିକ ଢ଼ାଞ୍ଚାରେ ଉନ୍ନତି ଆଣିବାରେ କେନ୍ଦ୍ର ସହାୟତା କରୁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories