ହାଇଦରାବାଦ : ତିରୁପତି ଭେଙ୍କଟେଶ୍ୱର ମନ୍ଦିରକୁ ଦୁଇ ଜଣ ପ୍ରବାସୀ ଭାରତୀୟ ଭକ୍ତ ସାଢ଼େ ୧୩କୋଟି ଟଙ୍କା ଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଇକା ରବି ଓ ଗୁତିକୋଣ୍ଡା ଶ୍ରୀନିବାସ୍ ଏହି ପରିମାଣର ଚେକ୍ ଶନିବାର ମନ୍ଦିର ପ୍ରାଶସକଙ୍କୁ ପ୍ରଦାନ କରିଛନ୍ତି। ରବି ଆମେରିକାର ବୋଷ୍ଟନଠାରେ ଏକ ଔଷଧ କମ୍ପାନୀର ମାଲିକ। ସେ ୧୦କୋଟି ଟଙ୍କା ଦେଇଥିବାବେଳେ ଫ୍ଲୋରିଡାସ୍ଥିତ ଏକ ସଫ୍ଟଓୟର କମ୍ପାନୀର ମୁଖ୍ୟ ଶ୍ରୀନିବାସ ସାଢ଼େ ୩କୋଟି ଟଙ୍କା ଦେଇଛନ୍ତି। ଏହାକୁ ମିଶାଇଲେ ମନ୍ଦିରର ଆୟ ଚଳିତ ଆର୍ଥିକ ବର୍ଷରେ ୨୮୯୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ହୁଣ୍ଡିରୁ ୧୧୫୬କୋଟି ଆଦାୟ ହେବାର ଆଶା ରହିଛି।
Popular Categories



