www.samajalive.in
Tuesday, December 9, 2025
16.1 C
Bhubaneswar

ବଡକୁମାରୀ ଗ୍ରାମପଞ୍ଚାୟତରେ କରୋନା ସଂକ୍ରମଣ ସଚେତନତା

ବୋଲଗଡ : ମହମାରୀ କରୋନା ସଂକ୍ରମଣ ବୋଲଗଡ ବ୍ଲକର ୧୯ଟି ଗ୍ରାମପଞ୍ଚାୟତରେ ବହୁଳଭାବରେ ବ୍ୟାପୁ ଥିବାରୁ ଏହାକୁ ରୋକିବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତସ୍ତରରେ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କରାଯାଉଅଛି। ବଡକୁମାରୀ ସରପଞ୍ଚ ହୁଲ୍ଲାସ ପ୍ରଧାନଙ୍କ ସଭାପତିତ୍ୱରେ ଓ ବଡକୁମାରୀ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱପ୍ନେଶ୍ୱର  ବେହେରାଙ୍କ ଆବାହକତ୍ୱରେ ଏକ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ପ୍ରଫୁଲ ପ୍ରଧାନ, ମୁଖ୍ୟବକ୍ତା ଭାବେ ସମିତିସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥିଭାବେ ନାଏବ ସରପଞ୍ଚ ବିଜୟ କୁମାର ତାରେଣିଆ ପ୍ରମୁଖ ଯୋଗଦେଇ ମହାମାରୀ କରୋନା ସଂକ୍ରମଣ ରୋଗକୁ ଗ୍ରାମାଞ୍ଚଳସ୍ତରରୁ ରୋକିବାପାଇଁ ୧୪ଟି ରାଜସ୍ୱ ଗ୍ରାମଗୁଡିକର ଅଙ୍ଗନବାଡି କର୍ମିମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମରୋଜଗାର ସେବକ ପ୍ରଦୀପ କୁମାର କହଲସିଂହ ପରିଚାଳନା କରିଥିଲେ। ସମସ୍ତେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଆବାହକ ସ୍ୱପ୍ନେଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories