www.samajalive.in
Saturday, December 6, 2025
23.1 C
Bhubaneswar

ଅନ୍‌ ଲକ୍‌ ପରବର୍ତ୍ତୀ ସ୍ଥିତି; ପରିଚାଳନା ପୁଞ୍ଜିର ଅଭାବ, ସଡ଼କରେ ଗଡ଼ିପାରୁନି ଟ୍ରକ୍-ବସ୍‌

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ଓ ଅନ୍‌ ଲକ୍‌ ସବୁ ଏବେ ଉଠିଯାଇଛି। ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ପରିବହନ କ୍ଷେତ୍ରରେ ଗାଡି ଚଳାଚଳ ସ୍ବାଭାବିକ ହୋଇପାରିନାହିଁ। ଏବେ ବି ରାଜ୍ୟରେ ଟ୍ରକ ଓ ବସ୍‌ ଚଳାଚଳ କରୋନା ପୂର୍ବସ୍ଥିତି ତୁଳନାରେ ​ଢେର କମିଯାଇଛି। ଏଥିଯୋଗୁ ​‌ବସ୍‌ ଓ ଟ୍ରକ ମାଲିକମାନଙ୍କୁ ବେଶ କ୍ଷତି ସହିବାକୁ ପଡିଛି। ​ଏବେ ଗାଡିଗୁଡିକୁ ସଡକକୁ ଆଣିବା ପାଇଁ ମାଲିକମାନଙ୍କ ଆଗରେ ପରିଚାଳନା ପୁଞ୍ଜିର ଅଭାବ ପରିବହନ କ୍ଷେତ୍ରରେ ବଡ ସମସ୍ୟା ଭାବେ ଉଭା ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଆକାରରେ ପରିଚାଳନା ପୁଞ୍ଜି ଯୋଗାଣ ନେଇ ଘୋଷଣା କରାଯାଇଥି​ଲେ ସୁଦ୍ଧା ଗାଡି ମାଲିକଙ୍କ ପାଇଁ ଏହା ସାତ ସପନ ପାଲଟିଛି। ଏହାଫଳରେ ଅନେକ ଟର୍ମିନାଲ ଏବଂ ପାର୍କିଂ ସ୍ଥଳରେ ଟ୍ରକ ଛିଡା ହୋଇଥିବାବେଳେ ବହୁ ସଂଖ୍ୟାରେ ବସ୍‌ ସଡକରେ ଚାଲିପାରୁନାହିଁ। ଏଭଳି ସମୟରେ ବସ୍‌ ଚାଲୁଥିଲେ ସୁଦ୍ଧା କରୋନା ଯୋଗୁ ସେଥିରେ ଯାତ୍ରୀ ନ ହେବା ମାଲିକଙ୍କ ଚିନ୍ତା ବଢ଼ାଇଛି।​‌ ଏଥିଯୋଗୁ ରାଜ୍ୟର ଗଞ୍ଜାମ, ଫୁଲବାଣୀ ଏବଂ ନୟାଗଡ ଭଳି ରୁଟ୍‌ରେ ବସ୍‌ ଚଳାଚଳ ବିଶେ​‌ଷ​‌ ଭାବେ ପ୍ରଭାବିତ ହୋଇଛି। ତେବେ କ​‌େ​‌ରାନା ପ୍ରଭାବରେ ରାଜ୍ୟର ପରିବହନ କ୍ଷେତ୍ରରେ ପାଖାପାଖି ୧୦,୦୦୦ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟିଥିବା ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ମୋଟ ଦୁଇ ଲକ୍ଷ ଟ୍ରକ ଚଳାଚଳ କରିଥାଏ। ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ ବର୍ତ୍ତମାନ ପଚାର ହଜାର ଟ୍ରକ ଖଣି କ୍ଷେତ୍ରରେ ଚଳାଚଳ କରୁଥିବାବେଳେ ଆଉ ପାଖାପାଖି ପନ୍ଦର ହଜାର ଅନ୍ୟାନ୍ୟ କ୍ଷେତ୍ରରେ ଚଳାଚଳ କରୁଛି। ତିରିଶ ହଜାରରୁ ଅଧିକ ଟ୍ରକ ବ୍ରେକ୍‌ ଡାଉନ୍‌ ଓ ମରାମତି ସ୍ଥିତିରେ ଥିବାବେଳେ ପାଖାପାଖି ୪୦,୦୦୦ ଗାଡି ଭଡ଼ା ନ ମିଳିବା ଏବଂ ଡ୍ରାଇଭରଙ୍କ ଅଭାବରୁ ଚାଲିପାରୁନାହିଁ। ଅବଶିଷ୍ଟ ଷାଠିଏ ହଜାର ଟ୍ରକ ଚଳାଇବାକୁ ମାଲିକଙ୍କ ନିକଟରେ ପାଣ୍ଠିର ଅଭାବ। କରୋନାରେ ଗାଡି ଚାଲିପାରି ନ ଥିବାରୁ ଏଗୁଡିକର ବୀମାଠାରୁ, ଫିଟ୍‌ନେସ୍‌ ଏବଂ ସଡକ ଟିକସ ଏବଂ ଅନ୍ୟାନ୍ୟ ସବୁ ଖର୍ଚ୍ଚ ପାଇଁ ପରିଚାଳନା ପୁଞ୍ଜିର ଆବଶ୍ୟକତା ରହିଛି। ଗାଡି ମାଲିକଙ୍କ ନିକଟରେ ପରିଚାଳନା ପୁଞ୍ଜି ନ ଥିବାରୁ ଏବେ ପ୍ରାୟ ୬୦,୦୦୦ ଟ୍ରକ ଚାଲି ନ ପାରି ରାସ୍ତାରେ ଛିଡା ହୋଇଥିବା ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଉପସଭାପତି ରବି ଶତପଥୀ କହିଛନ୍ତି। ଏମିତି ଯଦି ଚାଲେ ତାହେଲେ ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କ୍ଷେତ୍ରରେ ଏହା ଏକ ବଡ ଆହ୍ବାନ ସୃଷ୍ଟି କରିବ। କରୋନାରେ ପ୍ରଭାବିତ କ୍ଷେତ୍ର ପାଇଁ ଋଣ ଆକାରରେ ପରିଚାଳନା ପୁଞ୍ଜି ଯୋଗାଣ ନେଇ କେନ୍ଦ୍ର ସରକାର ଘୋଷଣା କରାଯାଇଥି​ଲେ ସୁଦ୍ଧା ପରିବହନ କ୍ଷେତ୍ରକୁ ଏହି ଋଣ ଦେବାକୁ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ଗୁଡିକ ଅମଙ୍ଗ ହେଉଛନ୍ତି। ଏହାଛଡା ଇଏମ୍‌ଆଇ ପାଇଁ ବର୍ତ୍ତମାନ ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସିଗୁଡିକ ଟ୍ରକ ମାଲିକଙ୍କ ଉପରେ ଯେଭଳି ଚଢ଼ଉ କରୁଛନ୍ତି ସେଥି​ରେ ଟ୍ରକ କିଭଳି ​ଚାଲିବ ବୋଲି ଶ୍ରୀ ଶତପଥୀ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଅନ୍‌ ଲକ୍‌ ପରବର୍ତ୍ତୀ ସମୟରେ ବସ୍‌ ମାଲିକଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ରାସ୍ତାରେ ଗାଡି ଚାଲୁଛି ହେଲେ ଯାତ୍ରା ନାହାନ୍ତି। ସମସ୍ତଙ୍କ ମନରେ କରୋନାକୁ ନେଇ ଭୟ ରହିଛି। ଏଥିପାଇଁ ଏବେ ରାଜ୍ୟର ଅଧିକାଂଶ ରୁଟ୍‌ରେ ବସ୍‌ ଚଳାଚଳ ପ୍ରଭାବିତ ହୋଇଛି। ଯାତ୍ରୀ ନ ଥିବାରୁ ଦୈନିକ ବସ୍‌ ମାଲିକଙ୍କୁ ବେଶ କ୍ଷତି ସହିବାକୁ ପଡୁଛି। ଏ ସମ୍ପର୍କରେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟରେ ଦୈନିକ ୧୬,୦୦୦ ବସ୍ ଚଳାଚଳ କରିଥାଏ। ଏଥିରୁ ଏବେ ମାତ୍ର ୪୦୦୦ ବସ୍‌ ଚାଲୁଛି। ଅନେକ ବସ୍‌କୁ ରାସ୍ତାରେ ଚଳାଇବାକୁ ହେଲେ ତାହାର ମରାମତି, ବୀମା ଏବଂ ଅନ୍ୟାନ୍ୟ ବାବଦରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ତେଣୁ ବର୍ତ୍ତମାନ ସମୟରେ ଖର୍ଚ୍ଚ ପାଇଁ ମାଲିକଙ୍କୁ ପରିଚାଳନା ପୁଞ୍ଜିର ଢ଼େର ଆବଶ୍ୟକତା ରହିଛି। ଏଥିପାଇଁ ଏବେ ୧୨,୦୦୦ ବସ୍ ରାସ୍ତାରେ ଚାଲିପାରୁନାହିଁ। ଏମିତିକି ବିଭିନ୍ନ ରୁଟ୍‌ରେ ବସ୍‌ ଚାଲୁଥିଲେ ବି ଯାତ୍ରୀ ଆସୁନାହାନ୍ତି। ଗଞ୍ଜାମ, ଫୁଲବାଣୀ, ଦଶପଲ୍ଲା ଏବଂ ନୟାଗଡ ଭଳି ରୁଟ୍‌ରେ ଏହି ଭୟରେ ଖୁବ୍‌ କମ୍‌ ବସ୍‌ ଚାଲୁଛି। ଯାହା ସମ୍ପ୍ରତି ରାଜ୍ୟ ସରକାର ସଡ଼କ ଟିକସ ବାବଦରେ କିଛିଟା କୋହଳ କରିଥିବାବେଳେ ଅକ୍ଟୋବରରୁ ଆମକୁ ସଡକ ଟିକସ ଦେବାକୁ ହେବ। ତେଣୁ ରାଜ୍ୟ ସରକାର ସଡକ ଟିକସ ଛାଡ କରିବାକୁ ସଂଘ ଦାବି କରୁଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories