www.samajalive.in
Friday, December 12, 2025
15.1 C
Bhubaneswar

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ୯୭ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲେ। ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ସମୟରେ ୯୭ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ରେଳମନ୍ତ୍ରୀ ପିୟୂଷ ଗୋୟଲ ସଂସଦକୁ ଲଖିତ ଉତ୍ତର ଦେଇ ଜଣାଇଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରାଏନ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ଯେ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ରାଜ୍ୟ ପୁଲିସ ୧୭୪ଟି ମାମଲା ରୁଜୁ କରିଛି। ୯୭ଟି ମୃତ୍ୟୁ ମାମଲାରେ ୮୭ଟି ମୃତଦେହକୁ ରାଜ୍ୟ ପୁଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ୫୧ଟିର ଶବବ୍ୟବଚ୍ଛେଦ ରିପୋର୍ଟ ମିଳିଛି। ଏହିସବୁ ରିପୋର୍ଟରେ ମୃତ୍ୟୁର କାରଣ ହୃଦ୍‍ଘାତ, ମସ୍ତିଷ୍କାଘାତ, ପୂର୍ବର ଯକୃତ ରୋଗ ଆଦି ଉଲ୍ଲେଖ କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ତଥ୍ୟ ନଥିବା ନେଇ ଶ୍ରମ ମନ୍ତ୍ରୀ ମୌସୁମି ଅଧିବେଶନରେ ପ୍ରଥମ ଦିନରେ କହିଥିଲେ। ଶ୍ରମ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories