www.samajalive.in
Sunday, December 7, 2025
13.1 C
Bhubaneswar

ନେହେରୁ-ଗାନ୍ଧୀଙ୍କ ଉପରେ ମନ୍ତବ୍ୟକୁ ନେଇ ଲୋକସଭାରେ ହଟ୍ଟଗୋଳ; ଗୃହ ୪ଥର ମୁଲତବୀ, କ୍ଷମା ମାଗିଲେ ଅନୁରାଗ

ନୂଆଦିଲ୍ଲୀ : ନେହେରୁ-ଗାନ୍ଧୀ ପରିବାର ସମ୍ପର୍କରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଶୁକ୍ରବାର ନିମ୍ନ ସଦନରେ ହଟ୍ଟଗୋଳ ହୋଇଛି। ଅନୁରାଗଙ୍କ ମନ୍ତବ୍ୟକୁ ବିରୋଧ କରି ବିରୋଧ ଦଳଗୁଡିକ ହୋହଲ୍ଲା କରିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା। ପରେ ମନ୍ତ୍ରୀ ଅନୁରାଗ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ଲୋକସଭାରେ ଆଗତ ଟିକସ ଓ ଅନ୍ୟାନ୍ୟ ଆଇନ (ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ କୋହଳ ଓ ସଂଶୋଧନ) ବିଧେୟକର ଆଲୋଚନା ବେଳେ ମନ୍ତ୍ରୀ ଅନୁରାଗ କହିଥିଲେ ଯେ ନେହେରୁ-ଗାନ୍ଧୀ ପରିବାର ବିଭିନ୍ନ ପ୍ରକାର ପାଣ୍ଠି ଗଠନ କରି ଲୋକଙ୍କୁ ଠକି ଆସିଛନ୍ତି। ଅନୁରାଗଙ୍କ ଏପରି ମନ୍ତବ୍ୟକୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ସମାଲୋଚନା ପୂର୍ବକ ହୋହଲ୍ଲା କରିଥିଲେ। ଫଳରେ ଅପରାହ୍ଣ ୪ଟାରେ ଗୃହକୁ ପ୍ରଥମେ ମୁଲତବୀ ଘୋଷଣା କରାଯାଇଥିଲା। ବିବାଦ ପ୍ରଶମିତ ନହେବାରୁ ଗୃହକୁ ଚାରିଥର ମୁଲତବୀ ରଖାଯାଇଥିଲା। ପରେ ବାଚସ୍ପତି ଓମ୍‍ ବିର୍ଲା ବିବାଦକୁ ସମାଧାନ ନିମନ୍ତେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବାକୁ ମନ୍ତ୍ରୀ ଅନୁରାଗଙ୍କୁ ବାଚସ୍ପତି କହିଥିଲେ। ଅନୁରାଗ କହିଥିଲେ ‘କାହାର ଭାବାବେଗକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ। ଯଦି ମୋର ମନ୍ତବ୍ୟ କାହାକୁ ଆଘାତ ଦେଇଥାଏ ଏଥିପାଇଁ ମୁଁ ଦୁଃଖିତ।’ କରୋନା ମହାମାରୀ ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ସରକାର ଗଠନ କରିଥିବା ପିଏମ କେୟାର୍ସ ପାଣ୍ଠିର ଦାତାଙ୍କୁ ଟିକସ ଛାଡ ଦେବା ଉଦ୍ଦେଶ୍ୟରେ ସରକାର ଉପରୋକ୍ତ ବିଧେୟକ ଆଗତ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories