www.samajalive.in
Saturday, December 13, 2025
27.1 C
Bhubaneswar

ଗୁଣକାରୀ ଜୁଆଣି

ଆମ ରାଇଜରେ ଘରୋଇ ଉପଚାରକୁ ଅଧିକାଂଶ ପ୍ରାଧାନ୍ୟ ଦିଅନ୍ତି। ଏଇ ସବୁ ଚିକିତ୍ସାରୁ ଉପଶମ ମଧ୍ୟ ମିଳେ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଶରୀରର ଶକ୍ତି ବଢ଼ାଇବାରେ ଜୁଆଣିର ଉପଯୋଗ କଲେ ଲାଭ ମିଳେ। କେତୋଟି ବ୍ୟଞ୍ଜନରେ ଜୁଆଣି ଛୁଙ୍କ ଦିଆଯାଉଥିବାବେଳେ ପାନୀୟରେ ମଧ୍ୟ ଜୁଆଣି ରସ ବ୍ୟବହାର କରାଯାଏ।
ପୋଷକତତ୍ତ୍ବ ଭରପୂର ଜୁଆଣି ସୁସ୍ଥ ଜୀବନଶୈଳୀ ନିମନ୍ତେ ସହାୟକ। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗଲ୍ ତତ୍ତ୍ବ ଆମ ଶରୀରକୁ ଥଣ୍ଡା, ସର୍ଦିରୁ ରକ୍ଷା କରେ।
ଜୁଆଣି ଚା’ ଘରେ ସହଜରେ ପ୍ରସ୍ତୁତ କରିହେବ। ଆବଶ୍ୟକ ସାମଗ୍ରୀ: ଅଧ ଚାମଚ ଜୁଆଣି, ୫ ଟି ତୁଳସୀ ପତ୍ର, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ୧ ଛୋଟ ଚାମଚ ମହୁ। ଚା’ ପ୍ୟାନ୍‌‌ରେ ୧ କପ୍ ପାଣି ଫୁଟାନ୍ତୁ। ଏବେ ସେଥିରେ ଜୁଆଣି ଓ ତୁଳସୀ ପତ୍ର ପକାଇବେ। କିଛି ସମୟ ପରେ ଗୋଲମରିଚ ଗୁଣ୍ଡ ମିଶାଇ ପାଣି ଫୁଟାନ୍ତୁ। ଚୁଲା ବନ୍ଦ କରି ପାନୀୟକୁ ନଖ ଉଷୁମ ହେବା ପାଇଁ ରଖିବେ। ଶେଷରେ ମହୁ ମିଶାଇ ଏଇ ଜୁଆଣି ଚା’କୁ ପିଇବେ। ହଜମ ଶକ୍ତି ବଢ଼ାଇବାରେ ଜୁଆଣି ଚା’ ସହାୟକ ହେଉଥିବାର ବିଶେଷଜ୍ଞଙ୍କ ମତ।
ବ୍ରଣ ହେଉଥିଲେ କିମ୍ବା ତ୍ବଚାରେ ଦାଗ ହେଉଥିଲେ ଜୁଆଣି ପାଣି ନିୟମିତ ପିଇଲେ ଲାଭ ମିଳେ। ମହିଳାମାନେ ନିୟମିତ ଜୁଆଣିକୁ ବ୍ୟଞ୍ଜନରେ ନଚେତ୍ କୌଣସି ପାନୀୟରେ ମିଶାଇ ପିଇବା ଆବଶ୍ୟକ। ଥକ୍କା ଲାଗୁଥିଲେ, ଏଇ ପାନୀୟ ଶରୀରକୁ ଶକ୍ତି ଯୋଗାଇଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories