www.samajalive.in
Saturday, December 6, 2025
17.1 C
Bhubaneswar

କନ୍ଧମାଳ-କଳାହାଣ୍ଡି ପୁଲିସର ମିଳିତ ଅଭିଯାନ ; ଦୁଇ ମାଓ କ୍ୟାମ୍ପ ଧ୍ୱଂସ, ବନ୍ଧୁକ ସମେତ ମାଓ ସାମଗ୍ରୀ ଜବତ

ଫୁଲବାଣୀ : କନ୍ଧମାଳ ଓ କଳାହଣ୍ଡି ପୁଲିସର ମିଳିତ ଅଭିଯାନରେ ମାଓବାଦୀଙ୍କର ଦୁଇଟି କ୍ୟାମ୍ପ ଧ୍ୱଂସ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଭୀନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ଅନୁଯାୟୀ ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୋଇନ୍ଦା ସୂତ୍ରରୁ ଖବର ପାଇ ଗତ ୧୫ ତାରିଖରେ କନ୍ଧମାଳ ପୁଲିସ୍ର ଏସଓଜି ଓ ଡିବିଏଫ ଟିମ୍ ମିଳିତ ଭାବେ ପୋଖରୀବନ୍ଧ ରିଜର୍ଭ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଟିମ ସାମ୍ନା ସାମ୍ନି ହେବା ସହ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୧୫ ମିନିଟ୍ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଂଚ ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ପୁଲିସ୍ ଟିମ୍ ସର୍ଚ୍ଚ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ୩ଟି ଦେଶୀ ବନ୍ଧୁକ ଅନେକ ଔଷଧ,  ମାଓ ପତ୍ରିକା, ମାଓ ପୋଷାକ, ବିଦ୍ୟୁତ୍ ତାର ଆଦି ଜବତ କରିଥିଲା।। ପରଦିନ ୧୬ ତାରିଖରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁରାନଇ ରିଜର୍ଭ ଜଙ୍ଗଲରେ ଉଭୟ କନ୍ଧମାଳ ଓ କଳାହାଣ୍ଡି ପୁଲିସ୍ ର ଏସଓଜି ଟିମ୍ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ପଟୁ ଗୁଳି ଚାଳନା ହୋଇଥିଲା। ଫଳରେ ଉଭୟ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୁଇ ଥର ଉଭୟଙ୍କ ମଧ୍ୟର ଗୁଳି ବିନିମୟ ହୋଇଥିଲା। ତେବେ ପୁଲିସ୍ ଗୁଳିରେ ବ୍ୟତିବ୍ୟସ୍ତ ହୋଇ ମାଓବାଦୀମାନେ ଘଂଚ ଜଙ୍ଗଲ ମଧ୍ୟକୁ ପଳାୟନ କରିଥିଲେ। କନ୍ଧମାଳ ପୁଲିସ୍ ଉକ୍ତ ଜଙ୍ଗଲରୁ ଗୋଟିଏ ମାଓ କ୍ୟାମ୍ପ ଠାବ କରି ସେଠାରୁ ମଧ୍ୟ ଅନେକ ମାଓ ସାମଗ୍ରୀ ଜବତ କରିଥିଲା। ଜବତ ମାଓ ସାମଗ୍ରୀ ମଧ୍ୟରେ ବିପୁଳ ଔଷଧ, ସିରିଂଜ୍ , ରାସନ, ଗୋଟିଏ ଥର୍ମଫ୍ଲାସ୍କ ଆଦି ରହିଛି। ଗୁଳି ବିନିମୟ ବେଳେ ପୁଲିସ୍ ଟିମ୍ ର କେହି ମୃତାହାତ ହୋଇ ନାହାନ୍ତି। ଉଭୟ ମାଓ କ୍ୟାମ୍ପରେ ସିପିଆଇ ମାଓବାଦୀ ସଂଗଠନର କେକେବିଏନ ଡିଭିଜନର  ପ୍ରାୟ ୧୦ରୁ ୧୨ ମାଓବାଦୀ ରହିଥିବାର ଅନୁମାନ କରାଯାଉଥିବା ବେଳେ ମାଓ ସଂଗଠନର କେନ୍ଦ୍ରୀୟ ନେତା ମୁରଲୀ ସେଠାରେ ରହି ମାଓ ସଂଗଠନକୁ ଦୃଢ କରୁଥିବାର ସନ୍ଦେହ କରାଯାଉଥିବା ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି। ଅନ୍ୟପକ୍ଷରେ ଗତ ଦିନିଦିନ ଧରି ସୁରକ୍ଷାକର୍ମୀମାନେ ଜଙ୍ଗଲରେ କମ୍ବିଂ ଜାରି ରଖିଥିବାବେଳେ ଆଜି ସେମାନେ ଜଙ୍ଗଲ ମଧ୍ୟରୁ ଫେରିବା ପରେ ଏସ୍.ପି ସାମ୍ବାଦିକ ସମ୍ମିଳନୀ ଡ଼ାକିବା ସହିତ ଏହି ସୂଚନା ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories