www.samajalive.in
Saturday, December 13, 2025
27.1 C
Bhubaneswar

ଅନ୍‌ଲକ୍‌ ପରବର୍ତ୍ତୀ ବଜାର ସ୍ଥିତି; ଚାରିଆଡେ କରୋନା ମାଡ଼

ଭୁବନେଶ୍ବର : ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ। ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତି ଦିନକୁ ଦିନ ରସାତଳକୁ ଯାଉଛି। ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ ସବୁକିଛି ​କୋହଳ କରାଯାଇଥିଲେ ବି ସୁଧୁରିନି ବଜାର ସ୍ଥିତି। ଚାହିଦାରେ ହ୍ରାସ ବ୍ୟବସାୟ କାରବାରକୁ ଅଧିକ ମାନ୍ଦା କରିଦେଇଛି। କରୋନା ମାଡରେ କେଉଁଠି ଲୋକେ ଛଟେଇ ହୋଇ ରୋଜଗାର ହରାଇଛନ୍ତି ତ କେଉଁଠି ବ୍ୟବସାୟୀ କାରବାର ନ ଥିବାରୁ ହାତବାନ୍ଧି ବସିଛି। ଏଭଳି ସମୟରେ ଖାଉଟି ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର। ଅଣାୟତ୍ତ ହୋଇଯାଇଛି ବଜାର ସ୍ଥିତି।
ଅନ୍‌ଲକ୍‌ ପରବର୍ତ୍ତୀ ସମୟରେ କୋଭିଡ୍‌ କଟକଣା କୋହଳ ହେବା ପରେ ବଜାର ସ୍ଥିତି ସୁଧୁରିବା ନେଇ ଯାହା ଆଶା କରାଯାଉଥିବା ସେମିତି କିଛି ହୋଇନାହିଁ। ପନିପରିବା ଓ ତେଜରାତିକୁ ଛାଡିଦେଲେ ବର୍ତ୍ତମାନ ଚାରିଆଡେ ହୋଟେଲ, ସୁନା, ଲୁଗା ଦୋକାନ, ହାର୍ଡ​‌େ​‌ୱର ଏବଂ ଅଟୋ ଶୋ’ ରୁମ୍‌ ଆଦି ଖୋଲିଗଲାଣି, ହେଲେ ଗ୍ରାହକଙ୍କ ଦେଖାନାହିଁ। ବଜାରରେ ପୂର୍ବଭଳି ଆଉ ଗ୍ରାହକଙ୍କ ଚାହିଦାନାହିଁ। ଲକ୍‌ଡାଉନ୍‌ରେ ବିଭିନ୍ନ କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ କାରବାର ନ ଥିବାରୁ କର୍ମଚାରୀ ଛଟେଇ କରିଥିଲେ। ଏବେ ତାହାର ପ୍ରଭାବ ବଜାର ଉପରେ ପଡିଛି। ଯଦିବା ଧୀରେ ଧୀରେ କମ୍ପାନୀ ଆଉ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଗଲାଣି ତଥାପି କାରବାର ମନ୍ଥର ରହିଛି। କିଏ ଚାକିରି ହରାଇ ବେକାର ତ ଆଉ କିଏ ଅଧା ଦରମା ପାଉଥିବାରୁ ଘର ବଜେଟ୍‌କୁ କାଣ୍ଟଛାଣ୍ଟ କରିଛି। ଆହୁରିମଧ୍ୟ ଅନ୍‌ଲକ୍‌ ପରେ ସମ୍ପ୍ରତି ବଜାରରେ ମହଙ୍ଗା ମାଡ ଖାଉଟିଙ୍କ ଉପରେ ‘ବେଡି ଉପରେ କରୋଡା ମାଡ’ ଭଳି ହୋଇଛି। ବଜାରରେ ବର୍ତ୍ତମାନ ଖାଇବା ତେଲ, ଡାଲି, ଚିନି ଓ ଅଟା ଦର ବଢିଥିବାବେଳେ ପନିପରିବାର ଆକାଶଛୁଆଁ ଦର ଖାଉଟିଙ୍କୁ ଅତିଷ୍ଠ କରିଛି। ଏମିତିକି ବଜାରରେ ଡେଟୋଲ ଲିକ୍ୟୁଇଡ୍‌ ଭଳି କେତେକ ସାମଗ୍ରୀର ଯୋଗାଣ କମ୍‌ ହୋଇଯାଇଛି। ଯେଉଁଠି ଅଛି ସେଠାରେ ଏହାକୁ ଦୋକାନୀ ଅନ୍ୟ ସାମଗ୍ରୀ ସହ କ୍ରୟ କରିବାକୁ ଗ୍ରାହକଙ୍କୁ ବାଧ୍ୟ କରୁଛନ୍ତି। ଏଭଳି ସମୟରେ ମୁନାଫାକାରୀ ଚଢ଼ା ଦରରେ ଜିନିଷ ବିକି ଖାଉଟିଙ୍କୁ ଶୋଷଣ କରିବା ଆରମ୍ଭ କରିଦେଇଛନ୍ତି। ଏସବୁ ପ୍ରତି ଏବେ ଯୋଗାଣ ବିଭାଗର ନିଘା ନାହିଁ। ଯେମିତି ଲାଗୁଛି ଯୋଗାଣ ବିଭାଗ ଏସବୁ ​ବେଆଇନ୍ କାର୍ଯ୍ୟ ପ୍ରତି କୋହଳ ମନୋଭାବ ଆପଣାଇଛି। ଅନ୍‌ଲକ୍‌ ପରେ ବଜାରରେ ଆଳୁ ଏବଂ ପିଆଜ କିଲୋ ୩୫ ଟଙ୍କା ଛୁଇଁଥିବାବେଳେ ତେଲ, ଡାଲି ଏବଂ ଅଟା ସବୁର ମୂଲ୍ୟରେ କିଲୋ ପିଛା ୧୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଟମାଟୋ କିଲୋ ୮୦ ଟଙ୍କା ଛୁଇଁ ଏ ସବୁକୁ ପଛରେ ପକାଇଦେଇଛି। ବଜାରରେ ଦେଖାଦେଇଥିବା ଉଚ୍ଚ ଦର ବ୍ୟବସାୟୀଙ୍କ କାରବାରକୁ ପ୍ରଭାବିତ କରୁଛି। ବଜାର ଦର ଉପରେ ପ୍ରତିକ୍ରିୟା ରଖି କଟକ ଚାମ୍ବର ଅଫ୍‌ କମର୍ସର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ, ବଜାରରେ ତେଜରାତି ସାମଗ୍ରୀ ଦର ପୂର୍ବାପେକ୍ଷା ଢେର ବଢ଼ିଯାଇଛି। ମଟର ଦର ପୂର୍ବାପେକ୍ଷା ଦୁଇ ଗୁଣ ହୋଇଛି। ବର୍ତ୍ତମାନ ମଟର ଆମଦାନୀ ବନ୍ଦ ଥିବାରୁ ଦର ଏଭଳି ବଢ଼ୁଛି। ଏହାଛଡା ଡାଲି ଫସଲ ଖରାପ ରହିବା ​ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।
ଲକ୍‌ଡାଉନ୍ ହେଉ କି ଅନ୍‌ଲକ୍‌ ପରବର୍ତ୍ତୀ ସ୍ଥିତି ଅଟୋ ​ମୋବାଇଲ ଶିଳ୍ପରେ ସ୍ଥିତି ସୁଧୁରିବାର ନାଁ ଧରୁନି। କରୋନା ମାଡରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଅଟୋ ଶିଳ୍ପ। କେଉଁଠି ବଡ ନିବେଶ କରି ବ୍ୟବସାୟୀ କାରବାର ପୂର୍ଣ୍ଣ ମାତ୍ରାରେ ଆରମ୍ଭ କରିପାରୁନାହାନ୍ତି। ଆଉ ରୋଜଗାର ନ ଥିବାରୁ ଲୋକେ ଗାଡି କିଣୁନାହାନ୍ତି। ଶିଳ୍ପରେ ଅନେକ କର୍ମଚାରୀ ଏ​ବେ ବି ଅଧା ଦରମାରେ କାମ କରୁଛନ୍ତି। ଏ ସମ୍ପର୍କରେ ଅଟୋ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀ ନୃସିଂହ କୁମାର ନାଥ କୁହନ୍ତି, ଏବେ ବିଜ୍‌ନେସ୍‌ ମାନ୍ଦା ରହିଛି। ବର୍ତ୍ତମାନ ଆମକୁ ଅଧା ଦରମା ମିଳୁଛି, ଯାହା ମାସ ଅଧାକୁ ନିଅଣ୍ଟ। ଏଥିରେ ପରିବାର ଚଳାଇବା ବେଶ କଷ୍ଟକର ​ହେଉଛି। ପ୍ରସଙ୍ଗ ଉପରେ ମତ ରଖି ଭାରତ ଗ୍ରୁପର ଅଧ୍ୟକ୍ଷ ଜେ.ପି. ଦିଦ୍‌ୱାନିଆ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ଲିକ୍ୟୁଡିଟି ବୃଦ୍ଧି କରିବା ବେଶ ଜରୁରୀ ହୋଇପଡିଛି। ଏଥିପାଇଁ ବ୍ୟାଙ୍କଗୁଡିକର ସହଯୋଗ ନିତାନ୍ତ ଆବଶ୍ୟକ। ବଜାରରେ ଚାହିଦା ବଢ଼ାଇବାକୁ ହେଲେ ବଜାରକୁ ବ୍ୟାଙ୍କ ଜରିଆରେ ଅର୍ଥ ପ୍ରବାହ କରିବାକୁ ହେବ।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories