www.samajalive.in
Friday, December 12, 2025
14.1 C
Bhubaneswar

ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇଲେ ଅକ୍ଷୟ; ଘୋଷଣା କଲେ ‘ଲକ୍ଷ୍ମୀବମ୍‍’ର ମୁକ୍ତିଲାଭ ତାରିଖ

ମୁମ୍ବଇ: ବଲିଉଡ଼ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲକ୍ଷ୍ମୀବମ୍‍’ର ରିଲିଜ୍‍ ତାରିଖ ଘୋଷଣା କରାଯାଇଛି। ନିଜ ପୁଅର ଜନ୍ମଦିନ ଅବସରରେ ଫିଲ୍ମର ରିଲିଜ୍‍ ତାରିଖ ଘୋଷଣା କରିଛନ୍ତି ଅକ୍ଷୟ। ଦିପାବଳୀ ଅବସରରେ ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ଧମାକା କରିବ।

‘ଲକ୍ଷ୍ମୀବମ୍‌’ ନଭେମ୍ବର ୯ ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଡିଜନୀ ପ୍ଲସ ହଟଷ୍ଟାର୍‌ରେ ରିଲିଜ ହେବ ବୋଲି ଅକ୍ଷୟ ନିଜ ଇନ୍‍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି। ଏହା ସହିତତ ଅକ୍ଷୟ କୁମାର ତାଙ୍କ ଫିଲ୍ମର ଏକ ଟିଜର ମଧ୍ୟ ରିଲିଜ କରିଛନ୍ତି । ଏହି ଟିଜରରେ ଲକ୍ଷ୍ମଣ କିପରି ଲକ୍ଷ୍ମୀରେ ପରିଣତ ହେଉଛି ତାହା ଦେଖିବାକୁ ମିଳିଛି ।

- Advertisement -

ସୂଚନାଯୋଗ୍ୟ, ପୂର୍ବରୁ ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ଏବେ ନିର୍ମାତା ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଯାଉଛନ୍ତି । ରାଘବ ଲରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ହରର୍‍-କମେଡ଼ି ଭିତ୍ତିକ ଚଳଚ୍ଚିତ୍ରରେ ଅକ୍ଷୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କିଆରା ଆଡ଼ଭାନୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories